pakka

ସଂକ୍ରମଣ ଖସୁଛି, ଅଥଚ ମୃତ୍ୟୁ ସଂଖ୍ୟା ବଢ଼ୁଛି : ଆଜି କରୋନାରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ

bbehera

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଅଥଚ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଆଜି କରୋନାରେ ସର୍ବାଧିକ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ପହଂଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରୁ ୬ ଜଣ ଓ କଟକରୁ ୫ ଜଣ ପ୍ରାଣ ହରାଇଛନ୍ତି । ଅନୁଗୋଳ ଓ ବରଗଡ଼ରୁ ୪ ଜଣ ଲେଖାଏଁ , ବାଲେଶ୍ୱର , ଭଦ୍ରକ , ବୌଦ୍ଧ , ଢେଙ୍କାନାଳ , ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର , କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବଲାଙ୍ଗିର , ଯାଜପୁର , ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

jay balangir
Leave A Reply

Your email address will not be published.

eleven − seven =

error: Content is protected !!