pakka

ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକ୍‌ଡାଉନ ପାଇଁ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ତେଣୁ ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଗତକାଲି କୃଷକପଲ୍ଲୀ, ବରପାଲି ଓ ପାର୍ବତୀଗିରି ବୃଦ୍ଧାଶ୍ରମ, ସମଲେଇପଦରକୁ ଯାଇ ସର୍ବମୋଟ ୧୦୦ପ୍ୟାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ ନିଷ୍ଠାର ସଦସ୍ୟ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ, ସଦସ୍ୟ ସଂକେତ ଆଠଘରା, ମିଳନ ଗୁରୁ, ସୁତପା ଗଡତିଆ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ମଧ୍ୟ ଆମର ଏହି କାର୍ୟ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

14 + four =