pakka

ଖଟଖଟିଆ ସ୍କୁଲର ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟର ମଲ୍ଟିଏଜ ହାଇଟେକ ୱାଟର ବେସିନ ଜିଲ୍ଲା ସ୍ତରରୁ ଚୟନ ହେଲା ପରେ ଜାତୀୟ ସ୍ତରକୁ ଚୟନ ହୋଇଛି । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ୱରୂପା ପଲିଆ କରୋନା କାଳରେ ଏକ ଅଭିନବ ଉପାୟରେ ଅନଲାଇନ ମାଧ୍ୟମରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଗାଇଡ଼ ଶିକ୍ଷକ ସମୀର କୁମାର ପ୍ରଧାନ ତତ୍ୱାବଧାନ ଓ ଶିକ୍ଷକ ସୁରେନ୍ଦ୍ର କମ୍ପ, ରଂଜୁ ଅମାତ, ନୃପମଣୀ ମହାଳିକଙ୍କ ସହଯୋଗ ଓ ପ୍ରଧାନ ଶିକ୍ଷକ ଗଣେଷ ମିଶ୍ରଙ୍କ ଦିଗଦର୍ଶନରେ ଉକ୍ତ ପ୍ରକଳ୍ପଟି ତିଆରି କରିଥିଲେ । କରୋନା ସମୟରେ କିପରି ସମସ୍ତ ବୟସର ବ୍ୟକ୍ତି ଏହାକୁ ବ୍ୟବହାର କମ ଖର୍ଚ୍ଚରେ କରିପାରିବେ ତାହା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପ୍ରକଳ୍ପ ଜାତୀୟ ସ୍ତରରେ ମନୋନୀତ ହେଲାପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯିବା ସହ ଛାତ୍ରୀଙ୍କୁ ଅନେକ ଶୁଭେଚ୍ଛା ମିଳୁଛି ।

jay balangir
Leave A Reply

Your email address will not be published.

three × 3 =

error: Content is protected !!