pakka

ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ : ବରାତି ଯିବା ପୂର୍ବରୁ ଆତ୍ମହତ୍ୟା କଲା ବର

bbehera

ଗୋଆଲିଅର : ମଧ୍ୟପ୍ରଦେଶର ଭୀଣ୍ଡରେ ବିବାହ ଉତ୍ସବର ସୁଖକୁ ଢ଼ାଙ୍କିଦେଲା ଶୋକର କଳା ବାଦଲ । ଯେଉଁଠାରେ ମଙ୍ଗଲ ଗୀତ ଗାନ କରାଯାଉଥିଲା, ସେଠାରେ ବିକଳ ଚିତ୍କାର ଶୁଣିବାକୁ ମିଳିଥିଲା । ବିବାହରେ ତାଙ୍କ ମୁଣ୍ଡରେ ମକୁଟ ସଜାଇବା ପୂର୍ବରୁ ବର ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଖବର ମିଳିଛି ।

ବରାତି ପାଇଁ ଜୋର୍‌ସୋର୍‌ରେ ଚାଲିଥିଲା ସାଜସଜା । ସେପଟେ କନ୍ୟା ଘରଲୋକେ ବରାତିକୁ ଅପେକ୍ଷା କରିଥିଲେ । ଏଠାରେ ବରର ପରିବାର ସଦସ୍ୟମାନେ ବରାତି ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ବରର ଆତ୍ମହତ୍ୟା ସମସ୍ତଙ୍କ ଆଖିକୁ ଲୁହ ଛଳ ଛଳ କରି ପକାଇଲା । ।

ସୂଚନାନୁସାରେ, ଭୀଣ୍ଡର ଗ୍ୱାଲିଅର୍ ରୋଡ୍‌ ନିବାସୀ ୨୭ ବର୍ଷ ବୟସ୍କ ଯୁବକ ଫେବୃଆରୀ ୯ରେ ବିବାହ କରିବାକୁ ଯାଉଥିଲେ । ବରାତି ମଧ୍ୟ ଭୀଣ୍ଡର ହାଉସିଂ କଲୋନୀକୁ ଯିବାର ଥିଲା । ତିନି ମାସ ପୂର୍ବରୁ ବିବାହ ସ୍ଥିର ହୋଇଥିଲା । ବିବାହର ବରାତିକୁ ସ୍ୱାଗତ କରିବାକୁ କନ୍ୟାର ପରିବାର ପ୍ରସ୍ତୁତ ଥିଲେ । ବର ଏବଂ କନ୍ୟାର ପରିବାରରେ ଏହି ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିଲା । ଏହି ସମୟରେ ବର ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ତୁରନ୍ତ ପରିବାର ଲୋକ ଗ୍ୱାଲିଅର୍ ଡାକ୍ତରଖାନାକୁ ନେଇଗଲେ, କିନ୍ତୁ ରାସ୍ତାରେ ସେ ମୃତ୍ୟୁ ବରଣ କରିଥିଲେ । ପରିବାର ଯୁବକଙ୍କୁ ଭୀଣ୍ଡକୁ ଫେରାଇ ଆଣି ତାଙ୍କର ଶେଷ ରୀତିନୀତି କରିଥିଲେ । ଘଟଣା ପରେ ଭୀଣ୍ଡରେ ଶୋକର ଲହରୀ ଖେଳିଯାଇଛି । ବରର ଆତ୍ମହତ୍ୟା ପଛର କାରଣ ଜଣା ପଡିନାହିଁ ।

Leave A Reply

Your email address will not be published.

two × 3 =