pakka

ରାଜ୍ୟରେ ଖସିଲା ୫ ହଜାର ତଳକୁ ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫ ହଜାର ତଳକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୨୫୧୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୮୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୭୫, ବାଲେଶ୍ୱରରୁ ୩୬୪, ବରଗଡ଼ରୁ ୬୧, ଭଦ୍ରକରୁ ୨୨୨, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୫୭, କଟକରୁ ୫୦୫, ଦେବଗଡ଼ରୁ ୨୦, ଢେ଼ଙ୍କାନାଳରୁ ୧୫୦, ଗଜପତିରୁ ୪୮, ଗଂଜାମରୁ ୪୦, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୩୮୨, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୨୮୭, କେଉଁଝରରୁ ୯୬, ଖୋର୍ଦ୍ଧାରୁ ୬୪୯, କୋରାପୁଟରୁ ୮୮, ମାଲକାନଗିରିରୁ ୮୯, ମୟୁରଭଂଜରୁ ୨୧୦, ନବରଂଗପୁରରୁ ୧୦୮, ନୟାଗଡ଼ରୁ ୧୩୬, ନୂଆପଡ଼ାରୁ ୨୨, ପୁରୀରୁ ୨୩୭, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୪୧, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲ୍‌ରୁ ୯୮ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

4 × 2 =

error: Content is protected !!