pakka

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏସ୍‌ଓଜି ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଜଣେ କ୍ୟାଡର ମାଓବାଦୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ନିହତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସୂଚନା ଯୋଗ୍ୟ ଯେ, ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଏସଓଜି ଓ ଓଡିଶା ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଉଭୟ ଏସଓଜି ଓ ଓଡିଶା ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଅପରେସନ ସମୟରେ ପ୍ରଥମେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳିବିନିମୟ ହୋଇଥିବା ବେଳେ ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ନିହତ ମାଓବାଦୀଙ୍କ ପରିଚୟ ମିଳି ପାରିନଥିଲା । ପରେ ତାଙ୍କର ପରିଚୟ ମିଳିଛି । ବରଗଡ଼ରେ ନିହତ ନକ୍ସଲ ହେଉଛନ୍ତି ଡିସିଏମ୍-ଡିଭିଜନ୍ କମିଟି ମେମ୍ବର ରାଙ୍କର ମାଓବାଦୀ ରବୀନ୍ଦ୍ର । ନିହତ ମାଓବାଦୀ ବରଗଡ଼-ବଲାଙ୍ଗିର ମହାସମୁନ୍ଦ ଡିଭିଜନର । ସେ ବରଗଡ଼ ଲୋକାଲ୍ ଅର୍ଗନାଇଜେସନ୍ ସ୍କ୍ୱାଡ୍‌ର ମୁଖ୍ୟ ଥିଲେ । ଡିସିଏମ୍ ରାଙ୍କର ମାଓବାଦୀ ହୋଇଥିବାରୁ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣା ପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ବଢ଼ାଯାଇଛି । ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ ହୋଇଛି ।

Leave A Reply

Your email address will not be published.

6 + twelve =