jayashree

ହରଭଙ୍ଗା ବ୍ଲକସ୍ତରୀୟ ଖରିଫ ଧାନ କ୍ରୟର ଶୁଭାରମ୍ଭ କଲେ ବିଧାୟକ

  • ଚାଷୀଙ୍କୁ ଅସୁବିଧା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ବିଧାୟକ ସରୋଜ ପ୍ରଧାନ

ହରଭଙ୍ଗା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ହରଭଙ୍ଗା ବ୍ଲକ ବୀରନରସିଂହପୁର ମାର୍କେଡ଼ ୟାଡର଼୍ ଠାରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ କରକମଳରେ ଧାନ କ୍ରୟର ଶୁଭାରମ୍ଭ ହୋଇଯାଇଛି । ପ୍ରଥମେ ପୂଜା ଅର୍ଚ୍ଚନା ପରେ ଚାଷୀଙ୍କ ଠାରୁ ଧାନ କ୍ରୟର ଶୁଭାରମ୍ଭ କରାଯାଇଥିଲା । ଚଳିତ ବର୍ଷ କିପରି ଚାଷୀ ପ୍ରତ୍ୟେକ ମଣ୍ଡିରେ ସୁବିଧାରେ ଧାନ ବିକ୍ରୟ କରିପାରିବେ ଏବଂ ମୋହନ ସରକାରଙ୍କ ପକ୍ଷରୁ ୮୦୦ ଟଙ୍କା ବୋନସ କିପରି ପାଇ ପାଇବେ ସେ ଉପରେ ଗୁରୁତ୍ୱ ଦେବାସହ ଜିଲ୍ଲାରେ ଧାନକ୍ରୟକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ସହ କାମ କରିବ ଓ ଚାଷୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ଼ ସେନେଇ ସଭାରେ ମୁଖ୍ୟ ସଚେତକ ତଥା ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ମଣ୍ଡି ଶୁଭାରମ୍ଭ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା, ସମବାୟ ସମିତି ସମୂହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ, ଆର୍‌ଏମ୍‌ସି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ, ମିଲର ସଭାପତି ଅଶୋକ କୁମାର ଅଗ୍ରୱାଲ ଓ ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ସମୁଦାୟ ୪୩୧୦୯ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ବେଳେ ୧୫,୯୯,୦୦୦ କ୍ଵିଣ୍ଟାଲ ଧାନ କ୍ରୟ ହେବ ଏବଙ୍ଗ ହରଭଙ୍ଗା ବ୍ଲକରେ ୧୧,୦୦୨ ଜଣ ଚାଷୀ ୪,୧୬,୦୦୦ କ୍ଵିଣ୍ଟାଲ ଧାନ ବିକ୍ରି କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.