ଅସହାୟ କମାରଙ୍କୁ ଖାଦ୍ୟ ବଣ୍ଟନ କଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ବି.ଏସ୍‌ ଏରୋବିକ୍ସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ଅନେକେ ନିରୀହ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟ ସହେଯାଗ ପାଇଁ ବଲାଙ୍ଗିରର ବିଭିନ୍ନ ସଂଗଠନ ଅଣ୍ଟା ଭିଡିଛନ୍ତି । ଏଥିରେ ଏବେ ଆଗକୁ ଆସିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏବଂ ବି.ଏସ୍‌. ଏରୋବିକ୍ସର ମହିଳା ମାନେ । ଆଜି ସୋନପୁର ରୋଡ ସ୍ଥିତ ମନମୁଣ୍ଡା ପହଞ୍ଚି ପ୍ରାୟ ୩୦ଜଣ ଅସହାୟ କମାରଙ୍କୁୁ ଖାଦ୍ୟ ବଣ୍ଟନ କରିଥିଲେ । ଲକଡାଉନ ଯୋଗୁଁ ଗରିବ ଖଟିଖିଆ ମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି । ନା ଦୋକାନ ଖୋଲୁଛି, ନା ଗ୍ରାହକ ଆସୁଛନ୍ତି । ରୋଜଗାରର ନାଁ ନାହିଁ । ଯାହା କିଛି ପୂର୍ବରୁ ସଞ୍ଚି ରଖିିଥିଲେ, ମହମାରୀ ତାକୁ ମଧ୍ୟ ଖାଇଗଲା । ଅନ୍ୟପଟେ ଖାଇବା ଗଣ୍ଡିଏ ପାଇଁ ଡହକ ବିକଳ ଘରେ ଥିବା ଛୁଆ ଓ ବୁଢା । ଏଭଳି କିଛି ରହିଛି ସୋନପୁର ରୋଡ ମନମୁଣ୍ଡା ରାସ୍ତା କଡରେ କମାର କାମ କରି ପେଟ ପୋଶୁଥିବା ଲୋକଙ୍କ ଅବସ୍ଥା । ଦିନ ରାତି ପରିଶ୍ରମର ଝାଳରେ ଲୁହାର ଆକାର ବଦଳେଇ ଦେଉଥିବା କମାର ମାନେ ଏବେ ନିଜ ପେଟ ନିଆଁରେ ଆଉଟୁ ପାଉଟୁ । କୌଣସିମତେ ଖବର ପାଇ ଏମାନଙ୍କ ପାଖରେ ଆସି ପହଞ୍ଚିଥିଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏବଂ କ୍ଲବ ପଡାର ବି. ଏସ୍‌. ଏରୋବିକ୍ସ ମହିଳା ସଂଗଠନର ସଦସ୍ୟାମାନେ । ତୁରନ୍ତ ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରି ଖାଇବାକୁ ଦେଇଥିଲେ । ଗରମ ଶୁଷମ ଖାଦ୍ୟ ଓ ଅଣ୍ଡା ପାଇ ଅସହାୟମାନେ ସଂଗଠନକୁ ବେଶ ପ୍ରଶଂସା କରିଥିଲେ । ବି. ଏସ୍‌ ଏରୋବିକ୍ସ ତରଫରୁ ସ୍ୱାତି ପଟ୍ଟନାୟକ, ମାମି ଓ ମନୀଷ ଏବଂ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଂନର କିଛି କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ସମସ୍ତ ସହେଯାଗ ଯୋଗାଇଥିବା ଖବର ମିଳିଛି ।

Leave A Reply

Your email address will not be published.

fifteen − thirteen =