ସାମୁଦ୍ରିକ ଝଡବାତ୍ୟା ୟସ୍‌ର ମୁକାବିଲା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାମ୍ଭାବ୍ୟ ବାତ୍ୟା ୟସ୍‌କୁ ଦୃଷ୍ଟି ରଖି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଦୀଲିପ କୁମାର ଷଡଙ୍ଗୀ ଏହାକୁ ପରିଚାଳନା କରିଥିଲେ । ବାତ୍ୟାର ସଠିକ ମୁକାବିଲା କରିବା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନ ସଜାଗ ରହିବା ପାଇଁ ତହସିଲଦାର ମହେନ୍ଦ୍ର ବଡାଇ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ କହିଥିଲେ । ତାଙ୍କ ତରଫରୁ ସମସ୍ତ ଆରଆଇ ସସର୍କଲରେ ପଲିଥିନ ମହଜୁଦ ରଖାଯିବା ସହ ଶୁଖଲା ଖାଦ୍ୟ ରଖିବାର ବ୍ୟବସ୍ଥା କରାଯାଇଛି ବୋଲି ତହସିଲଦାର ଶ୍ରୀ ବଡେଇ କହିଛନ୍ତି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ, ଏବିଡିଓ ପ୍ରଦୀପ୍ତ ନାୟକଙ୍କ ସହିତ ଯୋଗାଣ ବିଭାଗ, କୃଷିବିଭାଗ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପଶୁ ପାଳନ, ବିଦ୍ୟୁତ, ଅଗ୍ନିଶମ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତି ରହିଥିଲେ । ଫନିର ଯେପରି ସଠିକ ମୁକାବିଲା କରାଯାଇଥିଲା ଏହି ବାତ୍ୟାର ମଧ୍ୟ ସଠିକ ମୁକାବିଲା କରାଯିବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି । ଜନସଚେତନତା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଡାକବାଜି ଦ୍ୱାରା ତଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଚେତନତା କରାଯିବ ବୋଲି ବିଡିଓ ଶ୍ରୀ ଷଡଙ୍ଗୀଙ୍କ ଠାରୁ ସୂଚନା ମିଳିଛି । ସେହିପରି ବ୍ଳକ ପରିସରରେ ୨୪ ଘଣ୍ଟିଆ କଣ୍ଟୋଲରୁମ ଖୋଲାଯିବ । ଆବଶ୍ୟକ ସ୍ଥଳରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ, ବିଦ୍ୟାଳୟ, କଲ୍ୟାଣମଣ୍ଡପ, ରାଜୀବଗାନ୍ଧୀ ଭବନ ଆଦି ସ୍ଥାନକୁ ଉଠାଯିବାର ବନ୍ଦୋବସ୍ଥ କରାଯିବ ବୋଲି ତହସିଲଦାର କହିଛନ୍ତି । ଗୋଟେପଟେ ମହାମାରୀ କରୋନା ଦୁଃଖ ଦେଇ ଚାଲିଥିବା ବେଳେ ଅନ୍ୟପଟେ ବାତ୍ୟା ୟସ୍‌କୁ କିପରି ମୁକାବିଲା କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

four × 4 =

error: Content is protected !!