ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ନିମାପଡା ସମ୍ମଳିତ ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ଦୀର୍ଘ ଦିନ ଧରି ସୁପରଭାଇଜର ଭାବେ କାର୍ଯ୍ୟରତ ପ୍ରଫୁଲ ସ୍ୱାଇଁ (୫୮)ଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଡେଲାଙ୍ଗ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ପୁରୀ ସଦର ଏବଂ ପିପିଲି ସମବାୟ ବ୍ୟାଙ୍କ ରେ ସୁପରଭାଇଜର ଭାବେ କାର୍ଯ୍ୟ କରିଛନ୍ତି । ସେ ଅଂଚଳରେ ଜଣେ ଭଲ ସମବାୟ ବିତ୍‌ ଭାବେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗ ପରେ ଡେଲାଙ୍ଗ ଅଂଚଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଯାଇଛି । ଡେଲାଙ୍ଗ ବ୍ଳକ ରେଂଚ ପଂଚାୟତର ପଲ୍ଲୀ ଯୋକନଡୁଆ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୫ ଦିନ ତଳେ ତାଙ୍କର ଅସ୍ଥସ୍ଥ ଥିବାରୁ ଭୁବନେଶ୍ୱର ଏକ ମେଡିକାଲରେ ଚିକିତ୍ସା ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ଡେଲାଙ୍ଗରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଥିଲା । ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ତଥା ପୂର୍ବତନ ସମବାୟ ବ୍ୟାଙ୍କର ଡାଇରେକ୍ଟର ବୈରାଗୀ ଜେନା, ପୁରୀ ନିମାପଡା ସମ୍ମଳିତ ଡେଲାଙ୍ଗ ଶାଖା ପରିଚାଳକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ସହିତ ମୁନିନ୍ଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନାଙ୍କ ସମେତ ବହୁ ଜନପ୍ରତିନିଧି ମାନେ ଶୋକପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.

fifteen − four =

error: Content is protected !!