pr

ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ତରଫ୍‌ ନୁ ଅସୁବିଧା ଭୋଗୁଥିବାର୍‌ ଅସହାୟ ଲୋକ୍‌କୁଁ ଭାତ୍ ମୁଠେ ଦେବାର୍ ପ୍ରୟାସ୍ ଜାରି ରହିଛେ

dr. purohit

ବୁର୍ଲା, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଗଲା ବର୍ଷର୍ ପହେଲା ଲକ୍ ଡାଉନ୍ ଥି ଖବର୍ କାଗଜ୍ ମାଧ୍ୟମରେ ରୋଗୀଙ୍କର ସମ୍ପର୍କୀୟ ତଥା ଚିକିତ୍ସା ଲାଗି ଆସୁଥିବାର୍ ଲୋକ୍ ମାନେ ଭୁକେ ରହି ଯିବାର୍ ଖବର୍ ପାଇ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଲଗାତାର୍ ୩୬ ଦିନ୍ ତକ୍‌ ହଜାରେ ଲୁକର୍ ରନ୍ଧା ଖାଦ୍ୟ ରାନ୍ଧିବାଢ଼ି କରି ସମ୍‌କୁ ଖାଏବାର୍ କେ ଦିଆଯାଇଥିଲା । ଟାନ୍ ଖରା ସାଙ୍ଗେ ନିଜର୍ ଜୀବନ୍ କେ ବାଜି ଲଗେଇ କରି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚର ସଦସ୍ୟମାନେ ଏନ୍‌ତା କବାର୍‌ କରି ଖୋବ୍‌ ପ୍ରଶଂସା ସାଆଁଟିଥିଲେ । ଠିକ୍ ସେନ୍‌ତା ଇହାଦେ କୋରୋନାର ଦୁସ୍‌ରା ଲହର୍ ଥି ବି ସଟଡ଼ାଉନ୍‌ରେ ସବୁ ଶନିବାର୍ ରଏବାର୍ ଭିମ୍‌ସାର୍‌ ନେ ଅସୁବିଧା ଭୋଗୁଥିବାର୍‌ ଅସହାୟ ଲୋକ୍‌କୁଁ ଭାତ୍ ମୁଠେ ଦେବାର୍ ପ୍ରୟାସ୍ କରିଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ । ସ୍ଥିତି ଠିକ୍ ହେବାର୍ ତକ୍ ଇ ପ୍ରୟାସ୍ ଜାରି ରହେବା ବଲି କୁହାଯାଇଛେ ।

nrusinghnath
Leave A Reply

Your email address will not be published.