pakka

ସୁଜାମ ମାର୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ସଂପ୍ରଦାୟ ଆଦିବାସୀମାନଙ୍କୁ ନେଇ ଗଠିତ ହୋଇଥିବା ସୁଜାମ ମାର୍ଟ ତରଫରୁ ସ୍ଥାନୀୟ ଭଂଜଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଓରାମ, ମୁଣ୍ଡା, ଖଡିଆ, କିଷାନ, ଭୁୟାଁ, ବଡାଇକ, ସିଂ ପ୍ରଭୃତି ସଂପ୍ରଦାୟର ଲୋକମାନେ ବସବାସ କରିଥାନ୍ତି । ସବୁ ସଂପ୍ରଦାୟର ଭିନ୍ନ ଭିନ୍ନ ରୀତିନୀତି ରହିଛି । ତେବେ ଭିନ୍ନତା ଭିତରେ ଏକତା ରଖିବା ପାଇଁ ସୁଜାମ ମାର୍ଟ ଏହିଭଳି ପ୍ରୟାସ ଆରମ୍ଭ କରିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ୨୦୨୦ମସିହା ଜୁନ୍‌ ୯ ତାରିଖ ଦିନ ଭାରତୀୟ ମୂଳବାସୀ ତରଫରୁ ଆରମ୍ଭ ହୋଇଥିବା ସୁଜାମ ମାର୍ଟ ତରଫରୁ ଭଂଜଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଣ୍ଡା ନୃତ୍ୟ, ଖଡିଆ ନୃତ୍ୟ, ଓରାମ ନୃତ୍ୟ, କିଷାନ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ବ୍ୟତୀତ ଝାରଖଣ୍ଡ ଓ ଛତିଶଗଡ ଅଂଚଳର ମୂଳବାସୀମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ମାଥାଡିଅସ ବୋଥ୍ରାଙ୍କ ଆବାହକସ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଣ୍ଡବ ଚରଣ ମୁଣ୍ଡା ଓ ଭରତ ଚନ୍ଦ୍ର ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧେଶ୍ୟାମ ଓରାମ, ଯୱାକିମ ଖେସ୍, ୟୁସଦିନ ଲାକ୍ରା, ଏଲିସ ମିଞ୍ଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 3 =