pakka

ଜଲିଆ ଗାଁ ଗୌନ୍ତିଆ ଭକ୍ତ ଚରଣ ବୁଡେକଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ-ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗ୍ରାମର ଗୌନ୍ତିଆ ଭକ୍ତ ଚରଣ ବୁଡ଼େକଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା । ସେ ଦୀର୍ଘଦିନରୁ ଅସୁସ୍ଥ ଅନୁଭବ କରୁଥିବା ବେଳେ ଦିନ ୧ ଟା ସମୟରେ ତାଙ୍କ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପାଖରେ ପୁଅ, ଝିଅ ଓ ସମ୍ପକୀୟ ଉପସ୍ଥିତ ଥିଲେ । ସ୍ୱର୍ଗତ ଗୌନ୍ତିଆ ଶ୍ରୀ ବୁଡେକ ଜଣେ ମେଳାପୀ ଏବଂ ପରୋପକାରୀ ,ମିଷ୍ଟ ଭାଷି ବ୍ୟକ୍ତିଥିଲେ । ସଦାସର୍ବଦା ସାଧାରଣ, ଗରିବ ଅସହାୟ ଲୋକଙ୍କ ସେବା କରୁଥୁଲେ । ତାଙ୍କ ମୃତ୍ୟୁ ଖବର ବ୍ୟାପିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବାସଭବନ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ପାର୍ଥିବ ଶରୀରକୁ ନାମ ସଂକୀର୍ତ୍ତନ ମାଧ୍ୟ୍ୟମରେ ଗାଁ ପରିକ୍ରମା ପରେ ଗାଁ ଶ୍ମାଶନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.

4 + 11 =