jsm

ହରିଶଙ୍କର ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚାଉଲବାଞ୍ଜିଠାରେ ସଚେତନତା କାର୍ଯ୍ୟକ୍ରମ ଓ ବନସୁରକ୍ଷା ସମିତିକୁ ଟେଣ୍ଟ ସାମଗ୍ରି ବଣ୍ଟନ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ଶିକ୍ଷକ ନେତା ଧରମ ସିଂ ଧରୁଆ, ସାମାଜିକ କର୍ମୀ ଅଭୟ ତ୍ରିପାଠୀ, ଆମ ଜଙ୍ଗଲ ଯୋଜନାର ଡିଓ ତହସିଲ ବାଗ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ଆଲୋକ ପାତ କରିବା ସହ ପରିବେଶ ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଵନ ସୁରକ୍ଷା ସମିତି କୁ ଆମ ଜଙ୍ଗଲ ଯୋଜନା ତରଫରୁ ଟେଣ୍ଟ , ଚାନ୍ଦୁଆ ସହ ରୋଷେଇ ଉପକରଣ ପ୍ରଦାନ କରିଥିଲେ । ଏହି ଅବସରରେ ବନ ସୁରକ୍ଷା ସମିତି ସଭାପତି ତୁଳସୀ ଛତ୍ରିଆ, ସୁବଳ ନିଆଲ, ବନରକ୍ଷୀ ସଂଜୀବ ପଧାନ, ଆନିମେଟର ସତ୍ୟ ବେହେରା, ବିମଳା ବାଗ ସମେତ ବନ ସୁରକ୍ଷା ସମିତି ଓ ଏସ୍‌ଏଚ୍‌ଜି ସଦସ୍ୟା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.