ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କର ଗର୍ବ ଓ ଗୌରବ, ଆଦିବାସୀଙ୍କର ଯନ୍ତ୍ରଣା ବନ୍ଧୁ, ଖଟିଖିଆ, ମେହନତି, ଅବହେଳିତ, ଦଳିତ ଓ ନିଷ୍ପେସିତ ଲୋକଙ୍କ ସମସ୍ୟା ସମେତ ଖେତ ମଜଦୁର ଶ୍ରମିକମାନଙ୍କର ସମସ୍ୟାକୁ ଭଲ ଭାବରେ ଉପଲବ୍ଧି କରିଛନ୍ତି ଶ୍ରୀ ବିଶି ତଥା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ଭାବରେ ଦୀର୍ଘ ଦିନର ସାଉଁଟା ଅନୁଭୂତି ହୃଦୟରେ ଭରପୁର ରହିଛି । ରାଜ୍ୟ ସରକାର ତରଫରୁ ରାଜ୍ୟସଭା ସାଂସଦ ଭାବେ ଶ୍ରୀ ବିଶିଙ୍କୁ ପ୍ରାର୍ଥୀ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଏକାନ୍ନବର୍ତ୍ତି ପରିବାରର ଓଡିଶାର ମୁକୁଟ ବିହିନ ସମ୍ରାଟ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବନଲତା ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ବିଶିଙ୍କୁ ରାଜ୍ୟସଭାକୁ ମନୋନିତ ହୋଇଥିବାରୁ ସଭାରେ ଆନନ୍ଦର ଲହରୀ ଖେଳିଯାଇଛି ତଥା ବଲାଙ୍ଗିର ମାଟିରୁ ଜଣେ ଆଦିବାସୀ ଶ୍ରେଣୀରୁ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରିଥିବାରୁ । ଶ୍ରୀ ବିଶିଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ସଭାରେ ଆଲୋଚନା କରାଯାଇଥିଲା । ଆଜିର ସଭାରେ ବ୍ଲକର କାର୍ଯ୍ୟକାରୀ ସଭାପତି ଅଚ୍ୟୁତ ଧରୁଆ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ନିରଞ୍ଜନ ମାଝି, ମଧୁ ବିଶ୍ୱାଲ, ହରିବନ୍ଧୁ ଧରୁଆ, ଗଣନାଥ ଧରୁଆ, ଅଭିରାମ ମାଝି, ମାଧବ ବରିହା, ଛୋଟୁ ମାଝୀ, ସୁଦାମ ଧରୁଆ, ଅରକ୍ଷିତ ଭୁଏ, ଦିବାକାର ଭୋଇ, ବଳଦେବ ଭୋଇ, ନାରାୟଣ ବର୍ଗେ, ଅମ୍ବରିଶ ରାଉତ, ସତ୍ୟନାରାୟଣ ମଲ୍ଲିକ, ପାଲେଶ୍ୱର ଭୋଇ, ଅନାଦି ମାରପାଚି, ନିମାଇଁ ଝାଙ୍କର, ନିରଞ୍ଜନ ଧରୁଆ ଏହି ଅବହେଳିତ ଅଂଚଳର ବିକାଶ ହେବ ବୋଲି ଆସ୍ଥା ପ୍ରକଟ କରିଥିଲେ ।

jittmm
Leave A Reply

Your email address will not be published.