jsm

ହରିଶଙ୍କରରେ କୃଷିଜିଲ୍ଲାସ୍ତରୀୟ କର୍ମଶାଳା

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଠାରେ ୧୪ ତାରିଖରୁ ଆରମ୍ଭ ହେଇଥିବା ହରିଶଙ୍କର ମହୋତ୍ସବ ଅବସରରେ ପାଟଣାଗଡ କୃଷିଜିଲ୍ଲା ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୃଷିଜିଲ୍ଲା ଅଧିକାରୀ ଗୁରେନ୍ଦ୍ରନାଥ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ପାଟଣାଗଡ ଏଡିଏଚ୍‌ ପ୍ରମୋଦ ସେଠୀ, ସହକାରୀ ର୍ନିବାହିଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ, ସହକାରୀ ମତ୍ସ୍ୟ ଅଧିକାରୀ ସଂଜିତ ସାହୁ, ଖପ୍ରାଖୋଲ ବ୍ଲକ୍‌ କୃଷି ଅଧିକାରୀ ଡମ୍ବରୁଧର ମେହେର, ପାଟଣାଗଡ ବ୍ଲକ୍‌ କୃଷି ଅଧିକାରୀ ହରେକୃଷ୍ଣ ପଣ୍ଡା, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସତ୍ୟେନ୍ଦ୍ର ରାଏକା, ଏଓ ସୁଜିତ ଭୋଇ, ଏଓ ପିଙ୍କୁସେନ କର, ସହକାରୀ କୃଷି ଯନ୍ତ୍ରୀ ଚିରନବାଳା ବେହେରା, ତୀର୍ଯ୍ୟକ କୁମାର ଦାଶ, ଅବିନାଶ ଦାସ ଓ ଯଶୋବନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

yuvodaya
Leave A Reply

Your email address will not be published.