pakka

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଜୋନ୍‌ ପକ୍ଷରୁ ସ୍ୱର୍ଣ୍ଣିମ ଭାରତ ଅଭିଯାନ ଉଦ୍‌ଘାଟିତ

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦ କି ଅମୃତ ମହୋତ୍ସବ ଅବସରେ ଭୁବନେଶ୍ୱର ଜୋନ୍‌ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର୍ଣ୍ଣିମ ଭାରତ ଅଭିଯାନ ଉଦଘା୍‌ଟିତ ହୋଇଯାଇଛି । ଭୁବନେଶ୍ୱର ବ୍ଲକ ମେଣ୍ଢାଶାଲ ନିକଟ ହରିଡାମଡାଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଶାଖାକେନ୍ଦ୍ର ପରମାତ୍ମା ଆଶ୍ରମରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରେ ଆଜାଦ କି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଭାରତ ଅଭିଯାନ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ସବ୍-ଯୋନର ମୁଖ୍ୟ ପରିଚାଳିକା ବ୍ରହ୍ମାକୁମାରୀ ଲୀନା ଭଉଣୀଙ୍କ ଆୟୋଜନରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜୟ ଜଗନ୍ନାଥ ଓଁ ଶାନ୍ତିର ଧ୍ୱନିରୁ ରାଜ୍ୟପାଳ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନର ସମୟରେ ଭାରତ ବର୍ଷ ବିଶ୍ୱ ଗୁରୁ ହେବାକୁ ହେଲେ ବିନା ଆଧ୍ୟାତ୍ମିକ ଶକ୍ତିରେ ଏହା ସମ୍ଭବ ନୁହେଁ । ତେଣୁ ଆମମାନଙ୍କ ଭିତରେ ଥିବା ଏ ସଂସାରରୁ ମୋହ, ମାୟା ଓ ମନକୁ ବିଜୟ ସହିତ ଆତ୍ମାକୁ ନିଜର ନିଜର ମିତ୍ର କରିବାକୁ ହେବ । ତା’ହେଲେ ଯାଇ ନିଜର ଉନ୍ନତି ହେବା ସହ ଭାରତ ସ୍ୱର୍ଣ୍ଣିମ ଯୁଗ ଆଡକୁ ଆଗେଇବ ବୋଲି ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟକାର୍ଯ୍ୟାଳୟ ରାଜସ୍ଥାନ ମାଉଣ୍ଟ ଆବୁର ରାଜଯୋଗିନୀ ବ୍ରହ୍ମାକୁମାରୀ ଉଷା ଭଉଣୀ ଯୋଗ ଦେଇ କହିଥିଲେ ଯେ, ବର୍ତ୍ତମାନ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଅତିକମରେ ୧୦ ଜଣଙ୍କୁ ଆଧ୍ୟାତ୍ମିକ ମାର୍ଗରେ ନେବା ପାଇଁ ଚେଷ୍ଟା କରିବା ଦରକାର ତା’ହେଲେ ଭାରତ ବର୍ଷକୁ ପରିବର୍ତ୍ତନ କରିହେବ ଏବଂ ଆଗାମୀ ଦିନରେ ଧର୍ମ ଓ ଆଧ୍ୟାତ୍ମିକ କ୍ଷେତରେ ସାରା ବିଶ୍ୱର ଗୁରୁ ହୋଇପାରିବ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡା ବିଧାୟକ, ସାହିତ୍ୟିକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ବର୍ତ୍ତମାନ ସମୟରେ ଯଦି ଜଣେ ଚୋର ଚୋରି କରି ପୋଲିସକୁ ଧରା ଦେବା ପରେ ତାର ଅନ୍ୟ ସାଥୀକୁ କହିପାରୁଛି କି ତୁମେ ସାବଧାନ ହୋଇଯାଅ । ତେବେ ଜଣେ ଆଧ୍ୟାତ୍ମିକ କ୍ଷେତ୍ରକୁ ଗଲା ପରେ ସେ କାହିଁକି ଅନ୍ୟକୁ କହିବନି ତୁମେ ପରିବର୍ତ୍ତନ ହୋଇଯାଅ ଆଗାମୀ ଦିନରେ ଏ ସଂସାରରୁ ମାୟାକୁ ଭୁଲି ଯା, ନିଜକୁ ଚିହ୍ନ, ତେଣୁ ଆମ ଭିତରେ ଆଧ୍ୟାତ୍ମିକ, କରୁଣା, ଦୟା ଭାବ ରହିବା ଦରକାର । ସେହିପରି ସାମାଜିକ କର୍ମୀ ଜଗଦାନନ୍ଦ ଶାନ୍ତିର ମାର୍ଗ ଉପରେ କହିଥିଲେ । ଲୋକାଯୁକ୍ତ ଦେବବ୍ରତ ସ୍ୱାଇଁ ଭାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରେ ରାଉରକେଲାର କୁନି କୁନି ବ୍ରହ୍ମ କୁମାରୀ ଭଉଣୀଙ୍କ ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ କରାଯାଇଥିଲା ଭୁବନେଶ୍ୱରର ଜେନନର ଏକ ହଜାରରୁ ଅଧିକ ବ୍ରହ୍ମ କୁମାର ଓ ବ୍ରହ୍ମ କୁମାରୀ ଭଉଣୀ ଯୋଗ ଦେଇଥିଲେ । ଏହି ଉଦ୍‌ଘାଟନ ପରେ ଓଡିଶାର ଅନ୍ୟ ୪-ଟି ଜୋନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବ୍ରହ୍ମ କୁମାର ରାଧାନାଥ ସାହୁ, ବ୍ରହ୍ମ କୁମାରୀ ସବିତା ଭଉଣୀ, ମଧୁମିତା ଭଉଣୀ, ସଂଯୁକ୍ତା ଭଉଣୀ ଓ ଅନ୍ୟ ଭାଇ ଭଉଣୀ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

13 − one =

error: Content is protected !!