ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଲାଠିକଟାର ବଲାନୀ ଡାଡ଼ା ପାଡ଼ହା ନାଇନୀ ଟୁଙ୍ଗୁରୀର ବାବା ଭିଖରାମ ଭଗତ ମେମୋରିଆଲ ହଲରେ ଓରାମ ସମାଜର ପଞ୍ଚମ ଓ ଅନ୍ତିମ ଦିବସର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବେଲ ପାଦା ପାଡହା, ଓଡ଼ିଶା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜ ଓ ଓଡ଼ିଶା ସଭାପତି ସୁଶ୍ରୀ ସୁକେଶୀ ଓରାମଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଓରାମ ସମାଜର ପାରମ୍ପରିକ, ସାଂସ୍କୃତିକ, ସାମାଜିକ, ଧାର୍ମିକ, ନ୍ୟାୟିକ, ପାଡହା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ବର୍ଗରେ ପ୍ରଶିକ୍ଷକ ପିଏଆଇଟିଡିଏ ବଣାଇର ସ୍ୱାଦିପ ଟପ୍ପୋ, ରାଉରକେଲା ସରକାରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ ସୁଷମା ମୋଦି, ଅବସର ପ୍ରାପ୍ତ ଏସପି ବିଜୟା ବାରୁଆ, ପୁନମ୍ କଛପ, ରାଣୀ ସିଂଙ୍ଗି ଦେଇ – ରାଜୀ ପାଢ଼ା, ତ୍ରିଲୋଚନ ରାମ, ଲକ୍ଷ୍ମଣ ତିର୍କୀ – କାହତୋ ପାଦାପାଡହା, ରାଜେଶ ଲାକ୍ରା – ଦେୱାନ ସାତଜୁରିଆ ଡାଡା ପାହାଡ଼, ବସନ୍ତ ଏକ୍କା – ଦେବାନ୍ କୁଆରମୁଣ୍ଡାମୁଳୀ ପାଡହା, ପାର୍ଣ୍ଣା ଟପୋ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ରାଢ଼ିଆ ମିଞ୍ଜ – ଦେବାନ୍ କାତେପୂର୍ ଡାଡ଼ା ପାଡହା, ଝିରଗା ଓରାମ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ଦାମୁ ତିର୍କୀ – ସମାଜସେବୀ ରାଉରକେଲା, ମଧୁସ୍ମିତା ଓରାମ – ଅଧ୍ୟକ୍ଷା ରାନୀ ସୀଙ୍ଗି ଦେଇ ଡାଡ଼ା ପାଡହା, ଓଡ଼ିଶା ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଲୀପାଡହା ତେଲିଘଣା ଅନ୍ତର୍ଗତ ୭ଟି ଡାଡ଼ା ପାଡହା ଏବଂ ୫୪ ଗୋଟି ଆତଖା ପାଡହାର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଲକ୍ଷ୍ମଣ ତିର୍କି ଏହି କର୍ମଶାଳାର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.