csstore

ତୁରେକେଲା ପଂଚାୟତ ସଭା ଗୃହରେ ଉନ୍ନତ ମାନର ଚାଷ ଓ ଚାଷୀର ଉନ୍ନତି ସହ ପରିବେଶ ସନ୍ତୁଳନ ଉପରେ କର୍ମଶାଳା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ପଂଚାୟତ ତୁରେକେଲା କାର୍ଯ୍ୟାଳୟରେ ଉନ୍ନତ ମାନର ଚାଷ ଓ ଚାଷୀର ଉନ୍ନତି ସହ ପରିବେଶ ସନ୍ତୁଳନ ଉପରେ ଏକ ସଚେତନତା କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାକୁ ରିଲାଏନ୍ସ ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ଦ୍ୱାରା କରାଯାଇଛି । ସଚେତନତା ସଭାରେ ତୁରେକେଲା ପଂଚାୟତର ସରପଂଚ ଜଲନ୍ଧର ମହାକୁଡ ମୁଖ୍ୟ ଅତିଥି, ସମିତି ସଭ୍ୟ ପ୍ରମୋଦ କୁମାର ମହାପାତ, ନାଏବ ସରପଂଚ ବେଲମତି ମେହେର, ପଂଚାୟତ ଏକଜ୍ୟୁକୁଟିଭ ଅଫିସର ଦେବରାଜ ତାଣ୍ଡି ସମ୍ମାନିତ ଅତିଥି ସହ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା/ଗ୍ରାମ ସାଥୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.