pakka

ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ କୌଣସି କେନ୍ଦ୍ରୀୟ ଭଣ୍ଡାରରେ ନୁହେଁ ବରଂ ସେମାନଙ୍କ ମୋବାଇଲରେ ରହିଥାଏ

• ଡିଜି ଯାତ୍ରା ହେଉଛି ମୁଖମଣ୍ଡଳ ଚିହ୍ନଟ ପ୍ରଯୁକ୍ତି ବ୍ୟବହାର ବାୟୋମେଟ୍ରିକ ବୋର୍ଡିଂ ସିଷ୍ଟମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲ ଗଚ୍ଛିତ ହୋଇ ରହିଥାଏ । ଏହା କୌଣସି କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତି ଜରିଆରେ ରୁହେ ନାହିଁ । ଡିଜି ଯାତ୍ରା ପ୍ରକ୍ରିୟାରେ ଯାତ୍ରୀଙ୍କ ବ୍ୟକ୍ତିଗତ ଚିହ୍ନଟ ଯୁକ୍ତ ତଥ୍ୟ (ପିଆଇଆଇ) କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତିର କୌଣସି ବ୍ୟବସ୍ଥା ନ ଥାଏ । ସମସ୍ତ ତଥ୍ୟ ଗୋପନୀୟ ଓ ତାହା ସେମାନଙ୍କ ସ୍ମାର୍ଟଫୋନରେ ଗଚ୍ଛିତ ହୋଇ ରହିଥାଏ । ଏହା କେବଳ ଯାତ୍ରୀ ଓ ଯାତ୍ରା କରୁଥିବା ବିମାନ ବନ୍ଦର ମଧ୍ୟରେ ସୀମିତ ଥାଏ, ଯାହାଫଳରେ ଯାତ୍ରୀଙ୍କ ଡିଜି ଯାତ୍ରା ଆଇଡିର ବୈଧତା ଯାଞ୍ଚ କରାଯାଇଥାଏ । ବିମାନ ଯାତ୍ରା କରିବାର ୨୪ଘଣ୍ଟା ମଧ୍ୟରେ ଏହି ତଥ୍ୟ ବିମାନ ଘାଟି ସୂତ୍ରରୁ ଛଡା ଯାଇଥାଏ । ଏହି ତଥ୍ୟକୁ ଯାତ୍ରୀ ସିଧାସଳଖ ସେୟାର କରିଥାନ୍ତି । କେବଳ ତାହା ଯାତ୍ରୀ ତାଙ୍କ ମୂଳ ବିମାନ ବନ୍ଦରରୁ ଯାତ୍ରା କଲାବେଳେ ସେୟାର କରିଥାନ୍ତି ।
ଏହାର ଗୋପନୀୟତା ଦୃଷ୍ଟିରୁ ଏହି ତଥ୍ୟକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ । ଏହି ପ୍ରକ୍ରିୟା ଇଚ୍ଛାଧୀନ ଏବଂ ସହଜ, ହଇରାଣ ବିହିନ ଓ ସ୍ୱାସ୍ଥ୍ୟପ୍ରତି ବିପଦବିହୀନ ଯାତ୍ରା ଯାତ୍ରୀଙ୍କୁ ପ୍ରଦାନ କରିଥାଏ ।
ମାର୍ଚ୍ଚ ୧୫, ୨୦୨୩ ଦିନ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ “ ଯାତ୍ରୀମାନଙ୍କ ବ୍ୟକ୍ତିଗତ ତଥ୍ୟ କୌଣସି କେନ୍ଦ୍ରୀୟ ତଥ୍ୟ ଭଣ୍ଡାର ବା ଡିଜି ଯାତ୍ରା ଫାଉଣ୍ଡେସନରେ ରଖାଯାଉନାହିଁ । ତଥ୍ୟ ଯାତ୍ରୀଙ୍କ ନିଜସ୍ୱ ଫୋନ ଡିଜି ଯାତ୍ରା ନିରାପଦ ୱାଲେଟରେ ଏହା ରହୁଛି । ଏକଥା ସୁନିଶ୍ଚିତ ଯେ କୌଣସି ତଥ୍ୟ ସଂଗ୍ରହ କରାଯାଉନାହିଁ କି ଜମା ରଖାଯାଉନାହିଁ ।

Leave A Reply

Your email address will not be published.

1 × 4 =