pakka

ତୁରେକେଲା ବ୍ଲକର ଉପାନ୍ତ ଅଂଚଳରେ ଦେଶୀ ରନ୍ଧା ମଦର ବହୁଳ ବିକ୍ରି : ସାଧାରଣରେ ଅସନ୍ତୋଷ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳର ଉପାନ୍ତ ଢୋଲମାନ୍ଦଲ ପଂଚାୟତର ଗଭରା, ବରିୟାଲି ଓ ବାହାବଲ ତଥା ହଲନଭଟା ପଂଚାୟତର ଗୁର୍ଜିଭଟା, କୁଶପାଲି ଅଂଚଳରେ ଦେଶୀ ରନ୍ଧା ମଦ ଘରେ ଘରେ ତିଆରି ହେଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ନୂଆ ଭାବେ ମହୁଲର ଦାମ କେଜି ପ୍ରତି ୨୦ ଟଙ୍କା ହୋଇଥିବାରୁ ଘରେ ଘରେ ମହୁଲ ବହୁତ ପରିମାଣରେ ଦେଖିବାକୁ ମିଳୁଛି । ଫଳରେ ଅଂଚଳରେ ଥିବା କେତେକ ଲାଭଖୋର ବ୍ୟବସାୟୀମାନେ ନୂତନ ଭାବେ ମିଳୁଥିବା ମହୁଲକୁ କମ୍‌ ଦାମରେ କ୍ରୟ କରି ରନ୍ଧା ମଦ ତିଆରି କରି ମୋଟା ରକମର ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଏପରିକି ପ୍ରତି ଗାଁରେ ମହୁଲର କମ୍‌ ଦାମ ଥିବାରୁ ରନ୍ଧା ମଦ ତିଆରି କରି କୁଚିଆ ବେପାର ବଢୁଥିବା ବେଳେ ଅବକାରୀ ଓ ପୋଲିସ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗାଁ ଗାଁରେ ଦେଶୀ ରନ୍ଧାମଦର କୁଚିଆ ବେପାର ବୃଦ୍ଧି ପାଉଛି ବୋଲି ଢୋଲମାନ୍ଦଲ ଓ ହଲନଭଟା ପଂଚାୟତର ବୁଦ୍ଧିଜୀବୀ ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନଠାରେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

one × 4 =