ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର : ମହିଳା ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତଥା ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂଯୋଜିକା ଡ. ସଂଯୁକ୍ତା ପଣ୍ଡା ସ୍ୱାଗତ ଅଭିଭାଷଣ ରଖି ଭୋଟ ଦାନର ଆବଶ୍ୟକତା ସମ୍ପର୍କରେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରି ସାହୁ ସଭାପତିତ୍ୱ କରି ଭାରତୀୟ ନାଗରିକ ଭାବେ ସମସ୍ତେ ଭୋଟ ଦେବାକୁ କହିଥିଲେ । ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଛାତ୍ରୀମାନଙ୍କୁ ନାଗରିକତା ଅଧିକାର ଓ ନୂତନ ଭୋଟ ପରିଚୟ ପତ୍ର ପାଇବା ପାଇଁ ଅନଲାଇନ୍ ଆପ୍ ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ର ଭୋଟ ଦାନର ମହତ୍ଵ ବିଷୟରେ ସୁଚାଇଥିଲେ । ଅଧ୍ୟାପିକା ତାରାନୁମ୍ ଆରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − one =