pakka

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ଜଣେ ଗିରଫ

bbehera

କାକଟପୁର : ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରି ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଗ୍ରାମର ଉପେନ୍ଦ୍ର ଦାସ । ସୂଚନାନୁଯାୟୀ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡ଼ା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ଵରେ ଏକ ଟିମ୍ କାକଟପୁର ଥାନା ଅଧୀନ ବାଉରି ପୋଖରୀଠାରେ ସୋମବାର ଚଢ଼ାଉ କରିଥିଲା । ଏହି ସମୟରେ ଏହି ଟିମ୍ ଅଭିଯୁକ୍ତ ଉପେନ୍ଦ୍ର ଦାସଙ୍କୁ ଗିରଫ କରିଥିଲା । ଉପେନ୍ଦ୍ର ନିକଟରୁ ୧୧୫ ଗ୍ରାମ ବ୍ରାଉନସୁଗାର ସହ ନଗଦ ହଜାରେ ଟଙ୍କା ଜବତ ହୋଇଛି । ନିମାପଡା ଅବକାରୀ ଥାନା କେସ୍ ନଂ ୪୪/୨୨-୨୩ରେ ଅଭିଯୁକ୍ତ ଉପେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପକାରାଗାରକୁ ପଠାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ, ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

5 × 1 =