pakka

ରେଙ୍ଗାଲି ଡ୍ୟାମର ଖୋଲିଲା ଗୋଟିଏ ଗେଟ୍

bbehera

ଅନୁଗୁଳ : ଅନୁଗୁଳ ରେଙ୍ଗାଲି ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଥିବା ଜଣାପଡିଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳ ମୁଣ୍ଡକୁ ଛଡା ଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ୧୨୧. ୯୫ ମିଟର ରହିଛି । କିନ୍ତୁ ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଛି । ଡ୍ୟାମ ଭିତରକୁ ୭୮୦୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଟନେଲ ଦେଇ ୫୮୭.୩୮ ଘନ ମିଟର ଜଳ ନିଷ୍କାସନ ହେଉଛି । ତେବେ ତଳ ମୁଣ୍ଡରେ ଥିବା ବ୍ରାହ୍ମଣୀ ନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରାଇ ଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ରାହ୍ମଣୀ ନଦୀରେ ସେମିତି କିଛି ବନ୍ୟାର ଆଶଙ୍କା ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

three × four =

error: Content is protected !!