jsm

ବସୁଧୈବ କୁଟୁମ୍ବକମର ସାମାଜିକ କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ତରଫରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଗରିବ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ସହ ଖାଦ୍ୟ ବଣ୍ଟନ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଅନିଲ କୁମାର ଦାଶଙ୍କ ଆବାହକତ୍ୱ, ଆବାହକ ହରିହର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଂଯୋଜନାରେ ଆୟୋଜିତ ଏହି ସାମାଜିକ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ, ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ପାଠାଗାରର ସଭାପତି ନବଘନ ସାହୁ, ଗୋଲକ ବିହାରୀ ମଙ୍ଗରାଜ, ସୁବାସ ଚନ୍ଦ୍ର ମହାପାତ୍ର, ଶମ୍ବୁନାଥ ପରିଡା, ନଗେନ ସାମନ୍ତରାୟ, ଶ୍ରୀନିବାସ ରାୟ ପ୍ରମୁଖ ଯୋଗଦେଇ ସମ୍ପ୍ରତି ଅଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ଅବିହିତ କରିଥିଲେ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ମତ ରଖିଥିଲେ । ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ, ସମ୍ପାଦକ ଶ୍ରୀ ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିକାନ୍ତ ବିଶ୍ୱାଳ, ସୂର୍ଯ୍ୟନାରାୟଣ ପଣ୍ଡା, କୁଞ୍ଜବିହାରୀ ରାଉତ, ନଳିନୀପ୍ରଭା ଗୋସ୍ୱାମୀ, ପ୍ରତିମାବାଳା ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.