ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତରେ ମିଶନ ଶକ୍ତି ଓ ପିସିଆଇର ମିଳିତ ଆନୁକୂଲ୍ୟରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୁବଳୟା ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟନ ଓ ଶୁଭାରମ୍ଭ ହୋଇଯାଇଛି । ସମାଜରେ ନାରୀ ସୁରକ୍ଷା ନିତ୍ୟାନ୍ତ ଆବଶକ୍ୟ । ଜନ୍ମଦାତ୍ରୀ ମାତା ତା’ ଗର୍ବରୁ ଜନ୍ମ ଆଗରୁ ସନ୍ତାନର ଲିଙ୍ଗ ନିରୂପଣ କରି ଭ୍ରୁଣହତ୍ୟା କିପରି କରିଥାନ୍ତି, ଏମିତି କରିବା ଦ୍ୱାରା ଆଇନଗତ ଭାବେ କଠୋରରୁ କଠୋର ଦଣ୍ଡ ମିଳିଥାଏ । ଏହି ସମ୍ପର୍କରେ ଅତିଥିମାନେ ନିଜ ନିଜର ସୁଚିନ୍ତିତ ମତ ପରିପ୍ରକାର କରିଥିଲେ । ଡିପିଏମ ନବୀନ ସେନାପତି, ଡିସି ଏଲିଜା ରାଣୀ ଜେନା, ବିପିଏମ, ବିପିସି, ବିଏଲସି ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ସଭ୍ୟାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

eighteen − 8 =

error: Content is protected !!