pakka

ସୀମାରେ ସଂଗ୍ରାମ : ମୁମ୍ବାଇରେ କର୍ଣ୍ଣାଟକ ସିଏମ୍ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌

bbehera

ମୁମ୍ବାଇ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ଗଭୀର ହେବାରେ ଲାଗିଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଚର୍ଚ୍ଚା ମଧ୍ୟରେ ମୁମ୍ବାଇର ଏକ ବସ୍‌ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଲଗାଯାଇଛି । ଏକ ନ୍ୟୁଜ୍ ଏଜେନ୍ସି ଶନିବାର ରିପୋର୍ଟ କରିଛି ଯେ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ମହୀମ ବସ୍‌ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହାର ଅନେକ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯେଉଁଥିରେ ସିଏମ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଦେଖିବାକୁ ମିଳେ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏହା ଘଟିଛି, ଯେଉଁଥିରେ ଉଭୟ ରାଜ୍ୟର ନେତା ପରସ୍ପରକୁ ଟାର୍ଗେଟ କରୁଛନ୍ତି ।

jay balangir
Leave A Reply

Your email address will not be published.

two × 4 =