oom

ବଲାଙ୍ଗିର ଠାରେ ଆୟୋଜିତ ପଞ୍ଚାୟତିରାଜ ଦିବସରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିହିନି ପଞ୍ଚାୟତକୁ କରାଗଲା ପୁରସ୍କୃତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ବଲାଙ୍ଗିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିହିନୀ ପଞ୍ଚାୟତକୁ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରୋତ୍ସାହନ ରାଶି ଭାବରେ ୫,୭୯,୭୧୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ସଫଳତା ପାଇଁ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ କର୍ମଚାରୀ, ବ୍ଲକ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ତଥା ସିହିନୀ ଗ୍ରାମର ସମସ୍ତ ଅଧିବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ସରପଞ୍ଚ ବୀରବର ସାହୁ ।

jittmm
Leave A Reply

Your email address will not be published.