ls

ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଈ, ନାତୁଣୀ ମୃତ

a12

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ସହଦେବ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା’) ଉକିଆ ରାଣୀ ନେତାମ ( ୫୬)ଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାରୁ ପ୍ରକାଶ ଯେ ରିତାରାଣୀ ବାଗ ନିଜ ମାମୁଁ ଘର ମହାସମୁନ୍ଦକୁ ଯାଇଥିବା ବେଳେ ସୋମବାର ସକାଳ ପ୍ରାୟ ୮ଟାରେ ଘର ଅଗଣାରେ ଥିବା ଏକ ତାରରେ କପଡା ଶୁଖାଇବାକୁ ଯାଇ ତାରକୁ ହାତରେ ଧରି ଦେଇଥିଲେ । କୌଣସି କାରଣରୁ ତାରରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ତାହା କେହି ଜାଣିପାରି ନ ଥିଲେ । ସେଥିରେ ସେ ଆଘାତ ପାଇ ଲାଖୀ ଯାଇଥିଲେ । ତାରରେ ଲାଗି ଗୁରୁତର ଅବସ୍ଥାରେ ଥିବା ନାତୁଣୀଙ୍କୁ ଉଦ୍ଧାର କରିବା ପାଇଁ ଆଈ ମା’ (ନାନୀ ମା’) ମଧ୍ୟ ଯାଇ ସେଥିରେ ଲାଗି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ଆଇ ଏବଂ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ପୈତୃକ ଗ୍ରାମ ସିନାପାଲିକୁ ରିତାରଣୀଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରାଯାଇଥିଲା । ରିତରାଣୀଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

manabhanjan
Leave A Reply

Your email address will not be published.