ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ ଦୀନବନ୍ଧୁ ମେହେର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଦୀନବନ୍ଧୁ ମେହେର । ସୂଚନା ଅନୁସାରେ ବଲାଙ୍ଗିର ଶାନ୍ତିପଡା ନିବାସୀ ଦୀନବନ୍ଧୁ ମେହେର । ଆଜି ସେ ବଲାଙ୍ଗିରରୁ ନିଜ କର୍ମସ୍ଥଳୀ ଲୋଇସିଂହାକୁ ଯାଉଥିବା ବେଳେ ତାଙ୍କୁ ହଠାତ୍‌ ଏକ ଫୋନ୍‌ ବଲାଙ୍ଗିର ରକ୍ତ ଭଣ୍ଡାରରୁ ଆସିଥିଲା ଯେ, ଏକ ଗର୍ଭବତୀ ମହିଳା ଶାନ୍ତି ଶୁନାନୀ (୨୩) ଗ୍ରାମ ଫୁଡକୁପରା, ପାଟଣାଗଡ଼ଙ୍କୁ ଏବି ପଜେଟିଭ୍‌ ରକ୍ତ ଜରୁରି ଅଛି । ତେବେ ସଙ୍ଗେ ସଙ୍ଗେ ଆଉ ଦୀନବନ୍ଧୁ ବିଳମ୍ବ ନକରି ପ୍ରବଳ ବର୍ଷାରେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ଏକ ବହୁମୂଲ୍ୟ ଜୀବନ ବଂଚାଇଥିଲେ । ଦୀନବନ୍ଧୁଙ୍କ ଏହି ମହତ କାମ ପାଇଁ ସଧାରଣରେ ବେଶ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.