ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କପା ମଣ୍ଡି ଖୋଲିବା ପାଇଁ ଦାବୀ କଲା ଜୟ କୋଶଲ କୃଷକ ସଙ୍ଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲାରେ ଧାନ ସହିତ ବ୍ୟାପକ ମାତ୍ରାରେ କପା ଚାଷ ମଧ୍ୟ ଫସଲ ହେଉଛି । କପା ଏକ ଆର୍ଥିକ ଓ ଲାଭ ଜନକ ଫସଲ ହେଇଥିବାରୁ ଏହା ବ୍ୟାପକ ମାତ୍ରାରେ ଚାଷ କରାଯାଏ । ତା ସହିତ ବଲାଙ୍ଗିର ଜିଲ୍ଲାର ଜଲବାୟୁ କପା ପାଇଁ ବେଶ ସହାୟକ ହେଉଥିବା ବିଶେଷଜ୍ଞ ମାନେ ମତ ଦିଅନ୍ତି, ଜିଲ୍ଲାରେ ପ୍ରାୟ ୨୦ ହଜାର ହେକ୍ଟର ଚାଷ ଜମିରେ ଏବର୍ଷ କପା ଚାଷ ହେଇଥିବା ଜଣା ପଡ଼ିଛି । କିନ୍ତୁ ଏବେ ଅଭାବି ବିକ୍ରିର ଶିକାର ହେଉଛନ୍ତି କପା ଚାଷୀ ବୋଲି ଅଭିଯୋଗ ଉଠିଛି । ଜିଲ୍ଲାର ବେଲପଡ଼ା ବ୍ଲକ, ପାଟଣାଗଡ଼, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ସଇଁନ୍ତଲା, ଟିଟିଲାଗଡ଼, ବଲାଙ୍ଗିର, ପୁଇଁନ୍ତଲା ବ୍ଲକରେ ବେଶି ପରିମାଣରେ କପା ଚାଷ କରାଯାଏ । କିନ୍ତୁ ମଣ୍ଡି କହଲେ ମାତ୍ର ୩ ଟି ଗୋଟେ ପାଟଣାଗଡ଼ ସ୍ଥିତ ଯୋଗୀମୁଣ୍ଡା, କଣ୍ଟାବାଞ୍ଜି ଓ ବଲାଙ୍ଗିର । ଏଠି ପ୍ରଶ୍ନ ଉଠୁଛି, ଯଦି ଏତେ ପରିମାଣରେ କପା ଚାଷ ହେଉଛି ତ ସେଥିରେ ମାତ୍ର ୩ ଟି ମଣ୍ଡି କେଉଁ କାମରେ ଆସିବ ? ଯଦି ସରକାର ଏଥିପ୍ରତି ସଜାଗ ନ ହେବେ, ତାହେଲେ ନିଶ୍ଚିତ ଭାବରେ କପା ଚାଷୀ ଅଭାବି ବିକ୍ରିର ଶିକାର ହେବେ ବୋଲି ସଙ୍ଗଠନ ତରଫରୁ କୁହାଯାଇଛି । ସରକାର ଜିଲ୍ଲାର ପ୍ରତ୍ୟେକଟି ପଞ୍ଚାୟତ ସ୍ତରରେ କପା ମଣ୍ଡି ଖୋଲିବାକୁ ଦାବୀ କରିଛି ଜୟ କୋଶଲ କୃଷକ ସଙ୍ଗଠନ ।

Leave A Reply

Your email address will not be published.