ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ଆଜି : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧ ଓ ୯ରୁ ରୁ ୨ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୨, ୧୫, ୧୮ ଓ ୨୧ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ସକ୍‌ମା ଗ୍ରା.ପ.ରୁ ୩, ମୁରିବାହାଲ ବ୍ଲକ୍‌ ହଲଦି ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ଗଙ୍ଗାସାଗର ଗ୍ରା.ପ.ରୁ ୩, ସଇଁନ୍ତଲା ବ୍ଲକ୍‌ କେରମେଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୮ରୁ ୧ ଓ ତୁରେକେଲା ବ୍ଲକ୍‌ ଝରନୀ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ମାତ୍ର ୨୮୩ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.