ଲାଠୋର ଲାନ୍ଥ ନଦୀ ବ୍ରିଜ୍ ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଲାଠୋର ଗ୍ରାମ ସୀମାରେ ବହି ଯାଉଥିବା ଲାନ୍ଥ ନଦୀ ବ୍ରିଜ୍ ପାଖରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ କେହି ଜାଣି ନାହାନ୍ତି । ସେ ବ୍ୟକ୍ତି ଜଣକ କିଛି ଦିନ ହେଲା ଲାନ୍ଥ ନଦୀ ବ୍ରିଜ୍‌ର ଗୋଟିଏ ମୁଣ୍ଡରେ ଏକ ଝୁମ୍ପୁଡି ତିଆରି କରି ସେଠାରେ ରହୁଥିଲେ । ବାରଭାଇ ଲାନ୍ଥ ବୁଢାକୁ ପୂଜାର୍ଚ୍ଚନା କରିବା ସହ ଭିକ୍ଷା ବୃତ୍ତି କରି ଚଳୁଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବାବା ବୁଢା ବୋଲି ସମ୍ବୋଧନ କରୁଥିଲେ । କୈାଣସି କାରଣରୁ ତାଙ୍କର ରାତିରେ ମୃତ୍ୟୁ ହୋଇଥିଲା । ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଲାଠୋର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି ।

Leave A Reply

Your email address will not be published.