ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଟିଟିଲାଗଡ ଥାନା ଅଧିକାରୀଙ୍କ ବଦଳି ଦାବୀ : ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଆଜି ଆଦିବାସୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଏବଂ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବୀ କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଆଦିବାସୀମାନଙ୍କ ପ୍ରତି ମାତ୍ରାଧିକ କାର୍ୟ୍ୟକଳାପ ଗ୍ରହଣ କରୁଥିବା ବେଳେ ଆଦିବାସୀମାନଙ୍କ ମାଲି ମୋକଦ୍ଦମାରେ ଗୁରୁତ୍ୱ ଦେଉନାହାନ୍ତି । ଆଦିବାସୀମାନଙ୍କ ପ୍ରତି ଜାଣିଶୁଣି ପାଲଟା ମାମଲା ରୁଜ୍ଜୁ କରେଇବାକୁ ସବୁ ସମୟରେ ଉଦ୍ୟମ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ଅଫିସ ସହ ଟିଟିଲାଗଡ଼ ପୋଲିସ ଷ୍ଟେସନ ଘେରାଓ କରି ଟିଟିଲାଗଡ଼ ଥାନା ଅଧିକାରୀଙ୍କ ବଦଳି ଦାବୀ କରିଛି । ଟିଟିଲାଗଡ ଥାନା ଅଧିକାରୀ ଟଙ୍କା ଲୋଭରେ ରହିଥିବା ବେଳେ ଆଦିବାସୀ ମାନଙ୍କୁ ନ୍ୟାୟ ଦେଉନ ଥିବା ସଂଘ ଅଭିଯୋଗ କରିଛି । ଆଗାମୀ ଦିନରେ ଟିଟିଲାଗଡ଼ ଥାନା ଅଧିକାରୀଙ୍କୁ ବଦଳି ନକଲେ ଭୟଙ୍କର ଆନ୍ଦୋଳନ କରିବ ବୋଲି ଆଦିବାସୀ ସଂଘ ଚେତାବନୀ ଦେଇଛି । କିଛି ମାସ ତଳେ ଟିଟିଲାଗଡ଼ ଥାନା ମାଲିଝର ଗାଁର ଆଦିବାସୀ ନେତା ଦେବ ସିଂ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନ କରି ଓଲଟା ଦେବ ସିଂ ମାଝୀଙ୍କ ନାମରେ ମାମଲା ରୁଜୁ କରି ଥିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସଂଘ । ଏନେଇ ଆଜି ସଂଘ ଚରମବାଣୀ ଦେଇଛି । ୨୪ ଘଣ୍ଟା ମଧ୍ୟରେ ଦାବୀ ପୂର୍ଣ ନହେଲେ ଆଗକୁ ଯାହା ପରିସ୍ଥିତି ଘଟିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ସଂଘ କହିଛି ।

Leave A Reply

Your email address will not be published.