ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା ଉଚରା ଚାଲିଛି । ଏହି ସଂପର୍କରେ ଏନସିବି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଛି । ବର୍ତ୍ତମାନ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କ ନାମ ମଧ୍ୟ ଯୋଡା ଯାଇଛି । ଭାରତୀ ସିଂଙ୍କୁ ଶନିବାର ମୁମ୍ବାଇ ସ୍ଥିତ ତାଙ୍କ ଘରୁ ଏନସିବି ଗିରଫ କରିଥିଲା । ଏନସିବି ଅନୁଯାୟୀ, ତାଙ୍କ ଘରୁ ଚଢ଼ାଉ ବେଳେ ୮୬.୫ ଗ୍ରାମ ଗଂଜେଇ ମିଳିଥିଲା । ବିଭାଗୀୟ ଅଧିକାରୀ ଦାବୀ କରିଛନ୍ତି ଯେ, ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ଗଂଜେଇ ବ୍ୟବହାରକୁ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.