ବ୍ରିଟିଶ ସଂଗୀତଜ୍ଞଙ୍କ ପିଆନୋ ବାଦନରେ ବିଭୋର୍‌ ହେଲେ ବଣୁଆ ମାଙ୍କଡ଼

ଲଣ୍ଡନ : ଥାଇଲ୍ୟାଣ୍ଡର ଐତିହାସିକ ଅଟ୍ଟାଳିକା ଦଖଲ କରୁଥିବା ମାଙ୍କଡମାନଙ୍କୁ ଶାନ୍ତ ରଖିବା ପାଇଁ ବ୍ରିଟିଶ ସଂଗୀତଜ୍ଞ ପଲ୍ ବର୍ଟନ୍ ଏକ ନିଆରା ଉପାୟ ପ୍ରସ୍ତୁତ କରିଛନ୍ତି । ଏହି ପଦ୍ଧତିର ସାହାଯ୍ୟରେ ମାଙ୍କଡମାନେ କେବଳ ଶାନ୍ତ ହୋଇନଥିଲେ ବରଂ ଅନେକେ ଶୋଇ ପଡ଼ିଥିଲେ ମଧ୍ୟ । ଲୋପବୁରୀ ଅଞ୍ଚଳରେ ବଣୁଆ ମାଙ୍କଡ଼ମାନେ ଧୁମ୍‌ ଉତ୍‌ପାତ୍‌ ମଚାନ୍‌ନ୍ତି ଏବଂ ବେଳେ ବେଳେ ହିଂସ୍ର ହୋଇ ଯାଆନ୍ତି । ଏହି ମାଙ୍କଡମାନଙ୍କୁ ଶାନ୍ତ କରିବା ପାଇଁ ପଲ୍ ବର୍ଟନ୍ ସେମାନଙ୍କ ୠହଳରେ ପିଆନୋ ବଜାଇବା ଆରମ୍ଭ କରିଥିଲେ ।

ଏହାପୂର୍ବରୁ ପଲ୍ ବର୍ଟନ୍ ଫ୍ର ପ୍ରଙ୍ଗ ସାମ ୟୋଟରେ ଅଟୋ ପାର୍ଟ ଦୋକାନରେ ପିଆନୋ ବଜାଉଥିଲେ । ସ୍ଥାନୀୟ ଲୋକମାନେ ମାଙ୍କଡମାନଙ୍କ ଉପରେ ଅତ୍ୟଧିକ ବିରକ୍ତ ହୋଇ ପାଉଲଙ୍କୁ ପିଆନୋ ବଜାଇବାକୁ ଅନୁରୋଧ କରିଥିଲେ । ସାଧାରଣତଃ ବଣୁଆ ମାଙ୍କଡ଼ମାନେ ଖୁବ୍ ଶୀଘ୍ର ହିଂସ୍ର ହୋଇଯାଆନ୍ତି । କିନ୍ତୁ ପିଆନୋର ଶବ୍ଦ ଶୁଣିବା ପରେ ସେମାନେ ଅତ୍ୟଧିକ ଆନନ୍ଦିତ ହୋଇ ଉଠିଲେ । କେବଳ ଏତିକି ନୁହେଁ, ପଟ୍ଟାୟା ମେଲ ଅନୁଯାୟୀ ଅନେକେ ଶୋଇ ଯାଇଥିଲେ ।

Leave A Reply

Your email address will not be published.