ବଲାଙ୍ଗିରରେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ବଲାଙ୍ଗିରଙ୍କ ନିର୍ଦ୍ଦେଶ କ୍ରମେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ୨୦୨୦ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସକାଳ ଘ.୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଚେତନତା ରଥକୁ ଅତିିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ପତାକା ଦେଖାଇ ଶୁଭାରମ୍ଭ କରାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ପ୍ରଧାନ, ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରିଶ ରଥ, ବିରଂଚି ବହିଦାର, ସୁନୀତା ତ୍ରିପାଠି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଚୁଡାମଣି ପଣ୍ଡା, ଦିଗାମ୍ବର କର, ସୁଧାଂଶୁ କୁମ୍ଭାର, ସାରିକା ପୁରୋହିତ, ଅରୁଣ ଖୁଆସ, ବଦ୍ରିନାଥ ଠାକୁର, ଶେଷଦେବ ମହାକୁର, ନିର୍ମଳ ଶର୍ମା, ସୁଦାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ସଚେତନତା ରଥଟି ଚନ୍ଦନଭାଟି ପଂଚାୟତରେ ପହଂଚି ଆଇ.ସି.ଡି.ଏସ୍‌. ସୁପରଭାଇଜର ଗାୟତ୍ରୀ ବାରିକ, ସ୍ଥାନୀୟ ଶିକ୍ଷକ ଅଶୋକ ଖମାରୀ, ଅଙ୍ଗନୱାଡି କର୍ମୀ ନିରୁପମା ଖମାରୀଙ୍କ ଦ୍ୱାରା ଆୟୋଜିତ ସଭାରେ ୨୦୨୦ ମସିହାର କନ୍ୟା ଶିଶୁ ସମ୍ପର୍କିତ ସନ୍ଦେଶ ମୋର ସ୍ୱର, ଆମର ସମାନ ଭବିଷ୍ୟତ ଉପରେ ଶିଶୁ କନ୍ୟାଙ୍କର ଉତ୍ତମ ପୋଷଣ, ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ପରିବାର ଓ ସମାଜରେ ସମାନ ଅଧିକାର, ବାଲ୍ୟ ବିହାନ ନ କରିବା, ଯୌନ ଅପରାଧକୁ ସମୁହେ ବିନାଶ କରିବା ଉପରେ ଆଲୋଚନା ସଭା, ଶପଥ ପାଠ ହୋଇଥିଲା । ପରେ ବିଭିନ୍ନ କ୍ଷେତ୍ରର ଉତ୍କର୍ଷତା ପାଇଁ ଦେବଜାନୀ ଖମାରୀ, ପ୍ରିୟାଂଶୀ ଖମାରୀ, ପ୍ରତିମା ବେହେରା ଏବଂ ବନୀତା ନାୟକଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । ପରେ ସଚେତନତା ରଥ ଜିଲ୍ଲାର ସରଗାଡ, ବୁର୍ଡା, ଗଇଁନ୍ତଲା ପଂଚାୟତରେ ପହଂଚି ଶିଶୁ କନ୍ୟାଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ପଠାଇବା, ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାର ପରିସରଭୁକ୍ତ କରାଇବା, ବାଲ୍ୟ ବିବାହ ରୋକିବା, ଯୌନ ନିର୍ଯ୍ୟାତନାରୁ ରକ୍ଷା କରିବା, ଲିଙ୍ଗଗତ ବୈଷମ୍ୟ ଦୂର କରିବା, କୁପୋଷଣରୁ ରକ୍ଷା କରିବା ସହ ଉଚ୍ଚ ଶିକ୍ଷା ସୁନିଶ୍ଚିତ କରାଇବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତିନିଧି ସାରିକା ପୁରୋହିତ, ଅରୁଣ ଖୁଆସ, ଶେଷଦେବ ମହାକୁର, ବଦ୍ରିନାଥ ଠାକୁର, ନିର୍ମଳ ଶର୍ମା ଗଭୀର ଆଲୋକପାତ କରିଥିଲେ । ଏହି ସ୍ଥାନମାନଙ୍କରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୋହାନି ସାହୁ, ଓମ୍‌ଶ୍ରୀ ସାଇ ପଟେଲ, ପ୍ରଭାତି ବିଶି, ଅର୍ପିତା ମୁଗ୍ରୀ, ନିଳାଦ୍ରୀ ପାଣ୍ଡେ, ସ୍ୱପ୍ନା ସୁନା, କଳ୍ପନା ସୁନା, କବିତା ସୁନା, ରିତାଞ୍ଜଳି ପଟେଲ, ଲିସାରାଣୀ ପଟେଲ, ସ୍ନିଗ୍ଧା ଥନାପତି, ପ୍ରେମଶିଳା ସାହୁ, ସବିତା ସାହୁ, ସବିତା ଗାନ୍ଧୀ, ରୀତାଞ୍ଜଳି ବାରିକ, ଦମୟନ୍ତି ନେଗୀଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । ପରେ ଅପରାହ୍ନରେ ୱେବିନାର ମାଧ୍ୟମରେ ଆଲୋଚନା ଚକ୍ରରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଲକ୍ଷ୍ମୀ ସିଂ, ବିନୋଦିନି ପ୍ରଧାନ, ସ୍ନେହା ମିଶ୍ର, ନିନୁ ଥମାସ, ଘାସିରାମ ପଣ୍ଡା ଜିଲ୍ଲା ସ୍ତରୀୟ ସଂପୃକ୍ତ ବିଭାଗର ସମସ୍ତ କର୍ମ·ରୀଙ୍କ ସହ ଆଲୋଚନା ମାଧ୍ୟମରେ ଶିଶୁ କନ୍ୟା ଅମୁଲ୍ୟ ରତ୍ନ ଓ ତାଙ୍କର ସର୍ବମୟ ଉନ୍ନତି ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ବୋଲି ମତାମତ ରଖିଥିଲେ ।

Leave A Reply

Your email address will not be published.