ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏକ ହିନ୍ଦୁ ମନ୍ଦିରରେ ଭଂଗାରୁଜା

ନୂଆଦିଲ୍ଲୀ : ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସ୍ଥାନୀୟ ପୁଲିସ ହିନ୍ଦୁ ସମୁଦାୟଙ୍କ ଏକ ମନ୍ଦିରରେ ଭଂଗାରୁଜାର ମାମଲା ରୁଜ୍ଜୁ କରିଛି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ୍‌ ମଧ୍ୟ କରାଯାଇଛି । ସିନ୍ଧର ବଦୀନ ଜିଲ୍ଲା ଅନ୍ତର୍ଗତ କଡ଼ିୟୁ ଘନୋର ସହରରେ ଗତ କାଲି ସକାଳେ ଭଂଗାରୁଜା କରାଯାଇଥିଲା । ସୂଚନାଯୋଗ୍ୟ ଯେ, କଡ଼ିୟୁ ଘନୋର ସହରରେ କେଲ୍‌ହି, ମେଘୱାଡ, ଗୁୱାରିଆ ଏବଂ କାରିଆ ହିନ୍ଦୁ ସମୁଦାୟର ଜନସାଧାରଣ ବସବାସ କରନ୍ତି ଏବଂ ସେମାନେ ରାମ ପୀର ମନ୍ଦିରରେ ପୂଜା ଅର୍ଚ୍ଚନା କରନ୍ତି । ତେବେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୁ ଲଂଜର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ମନ୍ଦିର ଦାନ ଦକ୍ଷିଣାର ଅର୍ଥରେ ନିର୍ମାଣ କରାଯାଇଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ଫେସ୍‌ବୁକ୍‌ରେ ମଧ୍ୟ ସେ ପୋଷ୍ଟ କରିଥିଲେ, ଯାହାଫଳରେ ଲୋକେ ତାଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିଥିଳେ । ପାଖାପାଖି ଦେଢ଼ ବର୍ଷ ତଳେ ଏହି ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.