ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ବର୍ବର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏସଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତକାଲି ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ୩ ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତେବେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବ ବାଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୋଲିସର ସୂଚନା ମୁତାବକ ପୁର୍ବରୁ ମଧ୍ୟ ଅଭିଯୁକ୍ତ ଦେବ ବାଗ ନାଁରେ ଥାନାରେ ୮ ଟି ଅପରାଧିକ ମାମଲା ରହିଛି ।
ତେବେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ତାହା ଜାଣିବା ପାଇଁ ପୋଲିସ ରିମାଣ୍ଡ ଆବେଦନ କରିବା ନେଇ ମଧ୍ୟ ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.