ଆର୍ଥରାଇଟିସ୍‌ ରୋଗୀ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏଇ ତିନୋଟି ଜିନିଷ : ବଢ଼ିଯିବ ଗଣ୍ଠି ଦରଜ

ନୂଆଦିଲ୍ଲୀ : ଆର୍ଥରାଇଟିସ୍‌ ଏବେ ଆମ୍‌ ରୋଗ ହୋଇଗଲାଣି । ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଆର୍ଥାରାଇଟିସ୍‌ ରୋଗ ବଢ଼ିଚାଲିଛି । ବୁଢ଼ାବୁଢ଼ୀଙ୍କ କଥା ଛାଡ଼ନ୍ତୁ, ଯୁବକାବସ୍ଥାରେ ବି ଏ ରୋଗରେ ପୀଡ଼ିତ ହେଉଛନ୍ତି ଅନେକେ । ଯଦି ଆପଣ ଆର୍ଥାରାଇଟିସ୍‌ ରୋଗରେ ପୀଡ଼ିତ, ତେବେ ଏଇ ତିନୋଟି ଜିନିଷ ପ୍ରତି ଧ୍ୟାନ ଦେବେ ଏବଂ କେବେ ଖାଇବେ ନାହିଁ । ଏହା ଖାଇଲେ ବଢ଼ି ଯାଇପାରେ ଆପଣଙ୍କ ଗଣ୍ଠି ଦରଜ । ଜଣେ ସୁନାମଧନ୍ୟ କବିରାଜ କହିଛନ୍ତି ଯେ, ଅତ୍ୟଧିକ ଥଣ୍ଡା ଜିନିଷ ଆର୍ଥାରାଇଟିସ୍‌ ରୋଗୀ କେବେ ଖାଇବା କଥା ନୁହେଁ । ଅତ୍ୟଧିକ ଥଣ୍ଡା ଜିନିଷ ଯଦି ଆପଣ ବର୍ଜନ ନ କରୁଛନ୍ତି ତେବେ ଆପଣ ଅଧିକ କଷ୍ଟ ପାଇପାରନ୍ତି । ସେହିଭଳି ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଆର୍ଥାରାଇଟିସ୍‌ ରୋଗୀ ଖାଇବା ଉଚିତ ନୁହେଁ । କାରଣ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଏଭଳି ରୋଗୀଙ୍କୁ କ୍ଷତି ପହଂଚାଇଥାଏ । ମଇଦାରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ବି ସେ ବାରଣ କରିଛନ୍ତି । ମଇଦାରେ ତିଆରି ସାମଗ୍ରୀ ମଧ୍ୟ ଏହି ରୋଗ ପାଇଁ କଷ୍ଟଦାୟକ ହୋଇପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.