କଣ୍ଟାବାଞ୍ଜି : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଇଡଲାଇନ ଅନୁସାରେ ସର୍ବ ସମ୍ମତି କ୍ରମେ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ବିରଞ୍ଚି ଖର୍ସେଲ ସଭାପତି, କେତକୀ ମାଝୀ ଉପସଭାପତି, ଗଣେଶ ଖର୍ସେଲ, ଛବି ବାଗ, ନିରଞ୍ଜନ ମାଝୀ, ଗୌରୀ ଖର୍ସେଲ, ସବାନୀ ସୁନା, ତରୁଣୀ ମାଝୀ, ହିମାଦ୍ରୀ ସୁନା, ଧୁବନୀ ମାଝୀ, ସୁମତି ମାଝୀ ସଭ୍ୟସଭ୍ୟା, ଅଙ୍ଗନବାଡ଼ି କର୍ମୀ ବିମଲେ ରାଉତ, ପ୍ରଧାନ ଶିକ୍ଷକ ସମ୍ପାଦକ, ସହକାରୀ ଶିକ୍ଷକ ଚୁମନ ବରିହା ମନୋନୀତ ହୋଇଥିଲେ । ମନୋନୀତ ହେବାପରେ ସମସ୍ତେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ବୋଲି ଶପଥ ଗ୍ରହଣ କରିଥିଲେ ।
Prev Post
