କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ କଲମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ଜୀବନ ଶୈଳୀରେ ବୃତ୍ତି ପରିବର୍ତ୍ତନ ପାଇଁ ଏକ ଅନୁଭୁତି ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁଦୂର ରାଜସ୍ଥାନ ମାଉଣ୍ଟ ଆବୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ତପସ୍ୱୀ ଅଶୋକ ଭାଇଜୀ ପୃଥକ ପୃଥକ ଭାବେ ଆୟୋଜିତ ଶିବିର ମାନଙ୍କରେ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ମାନଙ୍କୁ ବୃତ୍ତିର ପରିବର୍ତନରେ ସଂସ୍କାରର ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ରହ୍ମକୁମାର ଶଙ୍କର୍ଷଣ ବେହେରା ଏବଂ କଲମପୁର ଶାଖାର ସଞ୍ଚାଳିକା ରୋଜୀ ଭଉଣୀ, ବ୍ରହ୍ମକୁମାର ପ୍ରେମଲାଲ ଶର୍ମା,ବ୍ରହ୍ମକୁମାର ବିକାଶ କାର୍ଯ୍ୟକ୍ରମ ମାନଙ୍କରେ ପୂର୍ଣ୍ଣ ସହଯୋଗ କରିଥିଲେ ।
