
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁଦିବସ ପାଳିତ ହୋଇଛି ଅନନ୍ୟ ଭାବରେ । ଗୋଟିଏ ଦିନ ଅନେକ କାର୍ଯ୍ୟକ୍ରମ ଭିତରେ ଛାତ୍ରୀମାନଙ୍କ ଉତ୍ସାହ ବାରିହୋଇ ପଡୁଥିଲା । ସକାଳେ ଶିଶୁ ଦିବସ ପାଳିତ ହୋଇ ସମସ୍ତ ଛାତ୍ରୀଙ୍କୁ ସ୍ୱାଗତ କରଯାଇଥିଲା ବିଦ୍ୟାଳୟ ବ୍ୟାଣ୍ଡର ତାଳେ ତାଳେ । ପରେ ବିଜ୍ଞାନମେଳା ଆରମ୍ଭ ହୋଇଥିଲା । ଜଣ ଛାତ୍ରୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗଦୀଶ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଯୁବୋଦୟ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସନ୍ଦୀପ କୁମାର କୁଅଁର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରଥମରେ ବିଜ୍ଞାନ ମେଳାକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗଦୀଶ ମିଶ୍ର ଉଦ୍ଘାଟନ କରିଥିବା ବେଳେ ଚଳିତ ବର୍ଷର ପ୍ରାଚୀରପତ୍ରିକା “ଅରୁଣିମା”କୁ ଉଦ୍ଘାଟନ କରିଥିଲେ ଅଧ୍ୟାପକ ସନ୍ଦୀପ କୁମାର କୁଅଁର । ପରେ ପରେ ଅନୁଷ୍ଠିତ ପୁରସ୍କାର ବିତରଣୀକୁ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ଓ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ । ଅତିଥି ଦ୍ୱୟ ଛାତ୍ରୀମାନଙ୍କୁ ସତ୍ୟାନୁସନ୍ଧାନୀ ହେବାକୁ, ସୃଜନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ କୃଷ୍ଣ ଚନ୍ଦ୍ର ବାଗ ଯଯାତି କେଶରୀ ପ୍ରଧାନ, ଅରୁନ୍ଧତୀ ବଢ଼େଇ, ସତ୍ୟାନନ୍ଦ ବିଶ୍ୱାଳ, ଝୁଣିତା ଭୋଇ, ବନ୍ଦିତା ତରିଆ, ନିକିତା ଶତପଥୀ, ଯୋଗେଶ୍ଵରୀ ଦାସ, ମାଞ୍ଜିତ ସାଇ, ସୂର୍ଯ୍ୟକାନ୍ତି ନାଗ, ରୀନା ବେହେରା, ଗୀତାଞ୍ଜଳି ମାଝୀ, ସୁଜାତା ମଲ୍ଲିକ, ସୁନୀତା ପାଣିଗ୍ରାହୀ, ଇପ୍ସିତା ପୋଢ଼, ଶତାବ୍ଦୀ ମିଶ୍ର, ଦମୟନ୍ତୀ ଚନ୍ଦନ, ସୁଚିତ୍ରା ବସ୍ତିଆ, ଯାଦବ ଜାଲ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।