jayashree

ମୁରିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ସାମୂହିକ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରସ୍ୱତୀ ଶିଶୁମନ୍ଦିରଠାରେ ଚଳିତ ବର୍ଷର ସାମୁହିକ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ସଂକୁଳ ପ୍ରମୁଖ ତଥା ବ୍ୟଙ୍ଗକବି ଟିକେଲାଲ ବେହେରା, ସମ୍ମାନିତ ଅତିଥି ସାଧୁ ସୁଶୀଲ ଦାସ, ପରିଚାଳନା ସମିତିର ସମ୍ପାଦକ ଭରତ ଦାସ, ଉପସଭାପତି ଶିବ ଧରୁଆ, ସଦସ୍ୟା ସୁନିତା ଦାଶ, ସଦସ୍ୟା କ୍ଷିତିସୁତା ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନଆଚାର୍ଯ୍ୟ ସୁମନା ନନ୍ଦ ଖମାରୀ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ମଧ୍ୟରେ ନିଳେନ୍ଦ୍ରି ନାଗ, ଭଗବାନ ପଧାନ, ଜ୍ୟୋତିର୍ମୟୀ ଛନ୍ଦ, ସଂଯୁକ୍ତା ମହାକୁର, ଅନିତା ନାଏକ, ଜରିତା ନାଏକ, ସୋନିଆ ଭୋଇ, ମଞ୍ଜୁ ସେଠି, ଡଲି ମାଝୀ, ସ୍ଵାତିଶ୍ରୀ ସାହୁ, କଳ୍ପନା ଡାଙ୍ଗଙ୍କ ସହ ସମସ୍ତ ଗୁରୁଜୀଗୁରୁମା ଓ ସେବକସେବିକା ସହଯୋଗ କରିଥିଲେ । ସଭା ଶେଷରେ ମାଆମାନଙ୍କ ବାଟି ଚାମଚ ଓ ବାପାମାନଙ୍କ ଚା କପରେ ବେଲୁନ ଫିଙ୍ଗା ପ୍ରତିଯୋଗିତା ଆଦି କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ପିତାମାତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.