ଦୀର୍ଘ ଛଅ ମାସ ପରେ ବି ମିଳିନି ମନରେଗା ପାଉଣା : କାଲିଠୁ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଟେମରୀ ଗ୍ରାମରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର କେତେକ ଶ୍ରମିକ ଦୀର୍ଘ ଛଅ ମାସ ପୂର୍ବେ ଟେମରୀ ଗ୍ରାମର ମଶାଣିକୁଣ୍ତି ବନ୍ଧରେ ଏନଆରଜିଏଏସ୍ ଯୋଜନା ଅନୁସାରେ ତିନି ସପ୍ତାହ ମାଟି କାମ କରିବା ପରେ ଗୋଟିଏ ସପ୍ରାହର ପାଉଣା ଟ.୧୭୮୮ଙ୍କା ହିସାବରେ ପାଉଣା ଶ୍ରମିକମାନଙ୍କର ଆକାଉଣ୍ଟରେ ପଡିଥିଲା । ମାତ୍ର ୨ ସପ୍ତାହର କାମ କରିବା ପାଉଣା ଏ ପର୍ୟ୍ୟନ୍ତ ମିଳି ପାରିନାହିଁ । ଲକ୍ ଡାଉନ ସମୟରେ ଗରିବ ଖଟିଖିଆ ଲୋକମାନେ କେତେ କଷ୍ଟରେ କାମଧନ୍ଦା ନ ପାଇ ଜୀବନ ଯାପନ କରୁଛନ୍ତି । ଶ୍ରମିକମାନଙ୍କ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ଉପଯୁକ୍ତ ପାରିଶ୍ରମିକ ନ ପାଇ ଦହଗଞ୍ଜ ହେଉଛନ୍ତି । ପ୍ରକାଶ ଥାଉକି ପାଇକମାଲ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଡିଓ କହୁଛନ୍ତି ଯେ ଜେଇଙ୍କୁ ଓ ଗ୍ରାମସାଥୀଙ୍କୁ ପଚାର ବୁଝି । ମାଟି କାମର ସମସ୍ତ ପାଉଣା ମୁଁ ଦେଇ ଦେଇଛି । ଏବାବଦରେ ଜେଇ ଓ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିଲେ ସେମାନେ କହୁଛନ୍ତି ଯେ କାମ କରିଥିବା ଅଧା ଟଙ୍କା ଆମକୁ ଦିଅ । ଏଥିରୁ ଜଣାପଡୁଛି ଯେ ପ୍ରଶାସନ କେତେ ସଚ୍ଚୋଟ । ପ୍ରଚଣ୍ଡ ଖରାରେ ଗରିବ ଶ୍ରମିକମାନେ କାମ କଲେ ମଧ୍ୟ ଉଚିତ ପାଉଣା ପାଉ ନାହାଁନ୍ତି । ଏଥି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । । ତେଣୁ ଏହି ପାଉଣା ପାଇବା ପାଇଁ ଗ୍ରାମର ସାରଦୀପ ସୁନା, ରତ୍ନକର ହରିପାଲ, ଜନନୀ ବାଟ, ଭଗବାସି ମହାନନ୍ଦ ପ୍ରମୁଖ ଟେମରୀ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଆସନ୍ତା କାଲି ୯ ତାରିଖ ଧାରଣା ଦେବା ପାଇଁ ଚେତାବନୀ ଦେଇ ପାଇକମାଲ ଥାନା, ପାଇକମାଲ ବିଡିଓ ଓ ଉପରିସ୍ଥ ପ୍ରଶାସନକୁ ଜଣାଇ ଅଛନ୍ତି ।

Leave A Reply

Your email address will not be published.