ଗାଁକୁ ନାହିଁ ରାସ୍ତା : ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା କୋଶଲ କମିଟି

ବେଲପଡା, (ସିପୁନ ଖମାରୀ) : ଏ ଭିତରେ ସ୍ୱାଧୀନତାକୁ ୭୦ ବର୍ଷ ବିତିଯାଇଛି । କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ପରେ ବି ବେଲପଡା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ କର୍ଲାପଟିଆ ପାଲି ଗାଁକୁ ଗମନା ଗମନ ପାଇଁ ରାସ୍ତା ହୋଇ ପାରିନାହିଁ । ଗମନା ଗମନ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେନି । ପ୍ରଶାସନର ଚରମ ଅବହେଳା ଯୋଗୁଁ ଏତେ ବର୍ଷ ଯାଏଁ ବିକାଶର ଗନ୍ଧ ନାହିଁ ଏଠାରେ । ଖଟରେ ରୋଗୀ ବୁହା ହେବା ଗ୍ରାମରେ ଅତି ସାଧାରଣ କଥା ହୋଇଥିବା ବେଳେ ଛାତ୍ରଙ୍କ ସ୍କୁଲ କଲେଜ ଯିବା ଆସିବାରେ ଅସୁବିଧା ସବୁଦିନିଆ କଥା ହୋଇ ରହିଛି । ପ୍ରଶାସନ ତଥା ରାଜନେତାଙ୍କୁ ଗ୍ରାମବାସୀ ବାରମ୍ବାର ଚେତେଇଲେ ସୁଦ୍ଧା ଏମାନଙ୍କ ନିଦ୍ରା ଭଙ୍ଗ ହଉନି । ଏ ସବୁ ସମସ୍ୟା ନେଇ କୋଶଲ କମିଟି ଗ୍ରାମବାସୀଙ୍କୁ ନେଇ ଉପଜିଲ୍ଲାପାଳ ପଟଣାଗଡ଼ଙ୍କ ଦ୍ୱାରସ୍ଥ ହୋଇଥିଲା । ଗ୍ରାମକୁ ସବୁପ୍ରକାର ମୌଳିକ ସୁବିଧା ଯୋଗେଇ ଦେବାକୁ ଏକ ଦାବୀପତ୍ର ଦେଇଛି । ଉପରୋକ୍ତ ଦାବି ଗୁଡିକ ଉପରେ ଶୀଘ୍ର ପଦକ୍ଷେପ ନନେଲେ ଗ୍ରାମବାସୀଙ୍କୁ ନେଇ ଆନ୍ଦୋଳନାତ୍ମକ କାର୍ୟ୍ୟ ପନ୍ଥାର ଚେତାବନୀ ଦେଇଥିଲା କୋଶଲ କମିଟି । ଆଜିର ଏହି କାର୍ୟ୍ୟକ୍ରମ ରେସିପୁନ ଖମାରୀ, ଗିରିଧାରୀ ଭୋଇ, ବନମାଳୀ ନାଏକ, ଅସୀମ ପଟେଲ, କାମଳ ସାହୁ, ମୁନା ଭୋଇ, ପ୍ରକାଶ ଭୋଇ, ଶେଷ ଭୋଇ, ଖଟ ଭୋଇ, ଦୁବଲ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.