ସରକାରୀ ଜମି ଅବରୋଧକୁ ବିରୋଧ କରି ରାସ୍ତାରୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ଗାଁରେ ଆଜି ଦିନ ଦୁଇଟା ସମୟରେ ରାସ୍ତା ଅବରୋଧ କରିଥିଲେ । ଶଗଡ଼ଘାଟ ଗାଁର ଗଦାଧର ସାହୁ ନାମକ ଜଣେ ବ୍ୟକ୍ତି ଏକ ସରକାରୀ ଜମିକୁ ଦଖଲ କରି ଘର ତିଆରି କରୁଥିବା ସମୟରେ ଗାଁ ଲୋକ ତାଙ୍କୁ ମନା କରିଥିଲେ । କାରଣ ସେହି ଜମିକୁ ଗାଁ ଲୋକେ ପାଦଚଲା ରାସ୍ତା ଭାବରେ ବ୍ୟବହାର କରି ବେଳେ ବେଳେ ଜଙ୍ଗଲକୁ ଯିବା ପାଇଁ ଶଗଡ଼ ଗାଡ଼ି ମଧ୍ୟ ନେଇଥାନ୍ତି । କିନ୍ତୁ ସେହି ସ୍ଥାନରେ ଗଦାଧର ସାହୁ ଘର ତିଆରି କରିବାରୁ ରାସ୍ତା ବନ୍ଦ ହୋଇଯାଇଥିବା ଗାଁ ଲୋକେ କହନ୍ତି ।

ଏଥିପାଇଁ ଗାଁ ଲୋକେ ଟିଟିଲାଗଡ ପୋଲିସ ଷ୍ଟେସନରେ ଅନେକ ଥର ଅଭିଯୋଗ କଲେ ମଧ୍ୟ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଥିବା କହିଛନ୍ତି । ତେଣୁ ଆଜି ଗାଁର ମହିଳା ଓ ପୁରୁଷ ଏକତ୍ର ହୋଇ ରାଜରାସ୍ତାକୁ ବନ୍ଦ କରିଦେଇଥିଲେ । ଫଳରେ ଅନେକ ସମୟ ପର୍ୟ୍ୟନ୍ତ ରାସ୍ତା ଉପରେ ଯାନବାହାନ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପରେ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ସେଠାରେ ପହଞ୍ଚି ଲୋକଙ୍କ ସମସ୍ୟାକୁ ବୁଝି ପରି ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତା ଉପରୁ ଉଠିଥିଲେ ଓ ଗମନାଗମନ ପୁଣି ଆରମ୍ଭ ହେଇପାରିଥିଲା । ତହସିଲଦାର ଶ୍ରୀ ପଣ୍ଡା ଆରଆଇ ସୁଦାମ ନାୟକଙ୍କୁ ଡକାଇ ଉକ୍ତ ସ୍ଥାନର ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.