ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା : ବଲାଙ୍ଗିର ଜିଲ୍ଲାରେ ଆଜି ୮୬ ଆକ୍ରାନ୍ତ ଚିହ୍ନଟ, ୧୩ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ବଲାଙ୍ଗିର ଜିଲ୍ଲାରୁ ଆଜି ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ବଲାଙ୍ଗିର ପୌରାଂଚଳର । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୨, ୫ରୁ ୧, ୭ରୁ ୧, ୧୨ରୁ ୧, ୧୪ରୁ ୧, ୧୫ରୁ ୨, ୧୯ରୁ ୧, ୨୦ରୁ ୧ ଏବଂ ୨୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୨ ଓ ଉଚ୍‌ବାହାଲ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ୫ ଓ ମନହୀରା ଗ୍ରା.ପ.ରୁ ୩, ବଙ୍ଗୋମୁଣ୍ଡା ବ୍ଳକ୍‌ ସିନ୍ଧେକଲୋ ଗ୍ରା.ପ.ରୁ ୧, ଅଲଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୩, ଦେଓଗାଁ ବ୍ଲକ୍‌ ଜରାସିଂହା ଗ୍ରା.ପ.ରୁ ୧ ଏବଂ କୁତୁର୍ଲା ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ଘୁନା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୨ରୁ ୨, ୩ରୁ ୧, ୮ରୁ ୨, ୧୪ରୁ ୨, ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୧, ଖପ୍ରାଖୋଲ ଗ୍ରା.ପ.ରୁ ୯ ଏବଂ ଲାଠୋର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ କୁଶଙ୍ଗ ଗ୍ରା.ପ.ରୁ ୩, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସିରୁ ୫, ପାଟଣାଗଡ଼ ବ୍ଲକ୍‌ ଘଁସିଏନ୍‌ ଗ୍ରା.ପ.ରୁ ୧, ବରବାହାଲ ଗ୍ରା.ପ.ରୁ ୧ ଓ ତେଣ୍ଡାପଦର ଗ୍ରା.ପ.ରୁ ୨, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୧୧ରୁ ୧, ପୁଇଁନ୍ତଲା ବ୍ଳକ୍‌ ଦୁର୍ଗାପାଲି ଗ୍ରା.ପ.ରୁ ୧, ସାଆଁନ୍ତପୁର ଗ୍ରା.ପ.ରୁ ୨, ବହଲପଦର ଗ୍ରା.ପ.ରୁ ୧, ପୁଇଁନ୍ତଲା ଗ୍ରା.ପ.ରୁ ୧, ବିଲେଇସଡର଼୍ା ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ଭଦ୍ରା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଳକ୍‌ କୁଶକେଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୪, ୬ରୁ ୪ ଏବଂ ୧୫ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୦୬୮ ସମୁଦାୟ ଆକ୍ରାନ୍ତ ହୋଇଥିବା ବେଳେ ଏବେ ୮୮୧ ଜଣ ଏକ୍‌ଟିଭ୍‌ ରହିଛନ୍ତି । ୪୧୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.