ଅଦିନିଆ ବର୍ଷାରେ ଧାନ କଟା ବେଳକୁ ଗଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଲଘୁଚାପ ଜନିତ ଅଦିନିଆ ବର୍ଷା ଫଳରେ ଚାଷୀଙ୍କ ଅବସ୍ଥା ବେହାଲ ହୋଇଯାଇଛି । ପାଇକମାଲ ନିକଟସ୍ଥ ହୀରାପୁର ଗ୍ରାମର ଅନନ୍ତ ପ୍ରଧାନ ଜଣେ ସାଧାରଣ ଚାଷୀ ଅଟନ୍ତି । ଚାଷ ଉପରେ ଭରସା ରଖି ଧାନ ଗଣ୍ଡିଏ ଭଲ ଅମଳ ହେବ ବୋଲି ଅନେକ ଆଶା ବାନ୍ଧିଥିଲେ । କିନ୍ତୁ ପ୍ରକୃତି ଦାଉ ସାଜି ଲଘୁଚାପଜନିତ ତୁହାକୁ ତୁହା ବର୍ଷା ହେବା ଫଳରେ ଧାନ କାଟି ପେଟା ପକାଇଥିବା ସମୟ ଠାରୁ ଆରମ୍ଭ କରି ଆଜି ପର୍ୟ୍ୟନ୍ତ ବର୍ଷା ଲାଗି ରହିଥିବା ଫଳରେ ସମସ୍ତ ଧାନ ଗଜା ହୋଇଯାଇଛି । ଯାହାଫଳରେ ହତାଶର କଳାବାଦଲ ତାଙ୍କ ପରିବାର ଉପରେ ଦେଖାଦେଇଛି । ବର୍ଷଟିଏ ପରିବାରଙ୍କୁ ନେଇ ଚଳିବେ କେମିତି, ଅନେକ ଆଶାସଂଚାର କରି ଆଜି ସରକାରଙ୍କ ଠାରୁ କ୍ଷତିପୂରଣ ଆଶାରେ ପାଇକମାଲ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.