ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ୍‌ : ନିୟମ କଡ଼ାକଡ଼ି ସହ ଅମାନିଆଙ୍କୁ ସାବାଡ଼ କରୁଛି ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରା ଦେଶକୁ । ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କଲାଣି ସାରା ରାଜ୍ୟରେ । ସଂକ୍ରମଣରେ ଅନେକଙ୍କ ଜୀବନ ମଧ୍ୟ ଚାଲି ଗଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌, ରାତ୍ରୀକାଳୀନ କର୍ଫ୍ୟୁ ସହ ଆରମ୍ଭ କରିଛନ୍ତି ୧୪ ଦିନିଆ ଲକ୍‌ଡାଉନ୍‌ । ସପ୍ତାହନ୍ତ ସଟ୍‌ଡାଉନ୍‌ ପରେ ଆଜି ବଜାର ଖୋଲିଛି । ଦୁଇ ଦିନ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଲୋକେ ସଉଦା କରିବାପାଇଁ ବିଭିନ୍ନ ଦୋକାନରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ମାସ୍କ ଓ ସାମାଜିକ ଦୂରତାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସହରସାରା ପୋଲିସ୍‌ ପଇଁତରା ମାରୁଥିବା ବେଳେ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ମୋଟର ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ଜୋରଦାର୍‌ କରାଯାଇଛି । ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବାପାଇଁ ପ୍ରଶାସନ ପକ୍ଷରୁ ଫାଇନ୍‌ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଯେତିକି ଫାଇନ୍‌ କଟାଯାଉଛି, ଆଗାମୀ ସମୟରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କ ନିକଟରୁ ଦୁଇ ଗୁଣ ଫାଇନ୍‌ ଆଦାୟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର । ଅନ୍ୟପଟେ ଯେଉଁ କର୍ମଚାରୀମାନେ ମୋଟର ସାଇକେଲରେ ଯାତାୟାତ କରୁଛନ୍ତି, ସେମାନଙ୍କ ପରିଚୟ ପତ୍ରକୁ ଯାଞ୍ଚ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିବା ବିଷୟ ତହସିଲଦାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

19 − 4 =

error: Content is protected !!